Latest Odisha News

BREAKING NEWS

କୋଭିଡ୍ ସୁପରିଚାଳନା ଲାଗି ୧୨ଗୋଟି ଟିମ୍ ଗଠନ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: କୋଭିଡ୍ ପରିଚାଳନା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ଏହି ଟିମ୍ ଜିଲ୍ଲାବ୍ୟାପୀ କୋଭିଡ୍-୧୯ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ, ଟେଷ୍ଟିଂ, ହସ୍ପିଟାଲ୍, ଅକ୍ସିଜେନ୍ ଯୋଗାଣ, ଟିକାକରଣ, ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫଙ୍କ ଆବଶ୍ୟକତା ସହ ସୀମାନ୍ତ ଚେକ୍ ପଏଣ୍ଟ ପ୍ରତିଦିନ ଅନୁଧ୍ୟାନ କରିବେ ।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, ଗଠିତ୍ ଟିମ୍ କରୋନାର ନିୟମ ପ୍ରଭାବୀ କରିବ । କୋଭିଡ୍ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ହେଉଥିବା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଟିମ୍ ସନ୍ଧ୍ୟା ୬ଟା ସୁଦ୍ଧା ନୋଡାଲ ଅଧିକାରୀ ଙ୍କୁ ରିପୋର୍ଟ ଦେବ ।

 Rayagada Forms 12 Teams To Ensure Better COVID Management

ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତର ୧୫ଟି ସ୍ଥାନରେ ବର୍ଡର ଚେକ୍ ପଏଣ୍ଟ ହୋଇଛି । ଜାତୀୟ ରାଜପଥ, ରାଜ୍ୟ ରାଜପଥ ସହ ଗାଁ ରୋଡରେ ବି ଚେକ୍ ପଏଣ୍ଟ କରିଛି ପ୍ରଶାସନ । ସୀମାନ୍ତ ଆନ୍ଧରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ଅନୁସାରେ, ବର୍ଡର ଚେକ୍ ପଏଣ୍ଟରେ ନିୟୋଜିତ କର୍ମଚାରୀ ଦିନକୁ ୨୪ ଘଣ୍ଟା ସପ୍ତାହକୁ ୭ ଦିନ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏଥିସହ ଆଭ୍ୟନ୍ତରୀଣ ଅଞ୍ଚଳ ସହ ରିମୋଟ୍ ଏରିଆ ଉପରେ ଆନ୍ଧ୍ରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । ଏଥିସହ ଜିଲ୍ଲାରେ ସାପ୍ତାହିକ ଡୋର୍-ଟୁ-ଡୋର୍ ସର୍ବେ କରାଯାଇ କୋଭିଡ୍ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଶନିବାର ଜିଲ୍ଲାରେ ୧୩୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

Leave A Reply

Your email address will not be published.