Latest Odisha News

ATMରେ ଟଙ୍କା ନଥିଲେ ଫାଇନ୍ ଗଣିବେ ବ୍ୟାଙ୍କ, ଅକ୍ଟୋବର ୧ରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଏଟିଏମରେ ଟଙ୍କା ନଥିଲେ ଏଣିକି ବ୍ୟାଙ୍କଗୁଡ଼ିକ ଫାଇନ୍ ଗଣିବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଟଙ୍କା ଉଠାଇବାରେ ଗ୍ରାହକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଆରବିଆଇ ।

୧୦ ଘଣ୍ଚାରୁ ଅଧିକ ସମୟ ଯଦି ଏଟିଏମରେ ଟଙ୍କା ନରହିଲେ ସଂପୃକ୍ତ ବ୍ୟାଙ୍କଗୁଡ଼ିକ ଉପରେ ଜରିମାନା ଲଗାଇବ ଆରବିଆଇ । ମାସକେ ୧୦ ଘଣ୍ଟାରୁ ଅଧିକ ସମୟ ଏଟିଏମରେ ଟଙ୍କା ଉପଲବ୍ଧ ନରହିଲେ ପ୍ରତି ଏଟିଏମ୍ ପାଇଁ ବ୍ୟାଙ୍କକୁ ୧୦ ହଜର ଟଙ୍କା ଲେଖାଏ ଫାଇନ୍ ପଡ଼ିବ ।

ଘରୋଇ ଏଟିଏମ୍ ଅପରେଟର୍ କିମ୍ୱା ହ୍ୱାଇଟ୍ ଲେଭଲ୍ ଏଟିଏମ୍ ଠିକଣା ସମୟରେ ଟଙ୍କା ଭର୍ତ୍ତି ନକଲେ ବି ବ୍ୟାଙ୍କ ଉପରେ ଲାଗିବ ଜରିମାନା । ଏହି ଫାଇନ୍ ଅର୍ଥ ବ୍ୟାଙ୍କ ପକ୍ଷରୁ ଘରୋଇ ଏଟିଏମ୍ ଅପରେଟରଙ୍କ ପାଖରୁ ଆଦାୟ ହେବ ।

ଅକ୍ଟୋବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବ । ତାପୂର୍ବରୁ ଏଟିଏମରେ ଟଙ୍କା ଅଭାବ ସମସ୍ୟା ଦୂର କରିବା ବ୍ୟବସ୍ଥା କରିବାକୁ ସବୁ ବ୍ୟାଙ୍କ ଓ ଘରେଇ ଏଟିଏମ୍ ଅପରେଟରମାନଙ୍କୁ ପରାମର୍ଶ ଦେଇଛି ଆରବିଆଇ । ସମସ୍ୟାର ସାମାଧାନ ପାଇଁ ସ୍ୱତନ୍ତ୍ର ନୂଆ ମେକାନିଜିମ ଆପଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.