Latest Odisha News

BREAKING NEWS

କୋହଲିଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମରେ ଜଗିଛନ୍ତି ୩୦୦୦ ଯବାନ

ଅହମ୍ମଦାବାଦ: ସ୍ଥାନୀୟ ବିମାନ ବନ୍ଦରରେ ଚାରି ଜଣ ଆଇଏସ ଆତଙ୍କବାଦୀ ଗିରଫ ହେବା ପରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ଏବେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭିତରେ ଓ ବାହାରେ ୩୦୦୦ ଯବାନ ଜଗି ରହିଛନ୍ତି । ଆରସିବି ଓ ରାଜସ୍ଥାନ ମୁକାବିଲାରେ ଅଧିକ ସଂଖ୍ୟକ ଦର୍ଶକ ମ୍ୟାଚ ଦେଖିବାକୁ ଆସିବାକୁ ଥିବାରୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟରେ ରଖିଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ କୋହଲି ପ୍ରେସ ମିଟ ଓ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ଗିରଫ ୪ ଆତଙ୍କବାଦୀ ଶ୍ରୀଲଙ୍କାର ନାଗରିକ ଓ ସେମାନେ ଇସଲାମିକ ଷ୍ଟେଟ ପାଇଁ କାମ କରୁଥିଲେ ।

ପଚରାଉଚରା ସତ୍ୱେ ସେମାନେ କେଉଁଠାରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ ତାହା କହି ନାହାନ୍ତି । ସୁରକ୍ଷାକର୍ମୀ ଜନ ଗହଳି ସ୍ଥାନ ଉପରେ କଡା ନଜର ରଖିଛନ୍ତି । ଆଇପିଏଲର ପ୍ରଥମ ପ୍ଲେ ଅଫରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କେକେଆର ଫାଇନାଲରେ ପ୍ରବେଶ କରିଛି । ବୁଧବାର ଏଲିମିନେଟର ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚର ବିଜେତା ଓ ହାଇଦ୍ରାବାଦ ମଧ୍ୟରେ ଫାଇନାଲ ପ୍ରବେଶ ପାଇଁ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.