Latest Odisha News

BREAKING NEWS

ନବୀନଙ୍କ ପାଇଁ ୬ଥର ସାଂସଦ ହେଲେ, କିନ୍ତୁ ସଂସଦରେ ଓଡିଶା କଥା କହିଲେନି: ପାଣ୍ଡିଆନ

କଟକ: ନିର୍ବାଚନୀ ରଣାଙ୍ଗନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି କଟକ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ ନିର୍ବାଚନ ସଭାରେ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ନବୀନ । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ ରୂପାନ୍ତରଣ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଛନ୍ତି ନବୀନ।  ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବେ, ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି ବିରୋଧୀ ମିଛ କହୁଛନ୍ତି, କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ସେପଟେ ଜନସଭାରେ ଯୋଗ ଦେଇ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ନାଁ ନ ନେଇ ଭର୍ତ୍ତୃହରିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ନବୀନ ବାବୁଙ୍କୁ ଭୁଲିଯାଇଛନ୍ତି ବର୍ତ୍ତମାନର ସାଂସଦ । ନବୀନଙ୍କ ଲାଗି ଭର୍ତ୍ତୃହରି ୬ ଥର ସାଂସଦ ହୋଇଥିଲେ । କିନ୍ତୁ ସଂସଦରେ ଭାଷଣରେ ଓଡ଼ିଶା ସମ୍ପର୍କରେ କିଛି କହିଲେନି । ଏପରିକି ନବୀନଙ୍କ କୋରୋନା ମୁକାବିଲା କଥା ମଧ୍ୟ କହିଲେନି । ସେଥିପାଇଁ ଏବେ ନୁହେଁ ବହୁ ଦିନ ଆଗରୁ ଦଳରୁ ବାହାରିଯାଇଥିଲେ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ । ବିରୋଧି ଦଳ କେବେହେଲେ ଓଡିଶାର ବିକାଶ ଚାହାଁନ୍ତି ନାହିଁ ।

ଆସନ୍ତା ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ଜନସାଧାରଣ ମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରିବେ । ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ । ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି ପାଣ୍ଡିଆନ୍ ।

 

Leave A Reply

Your email address will not be published.