Latest Odisha News

BREAKING NEWS

ଦିଲ୍ଲୀର କ୍ରମାଗତ ୫ମ ପରାଜୟ

ବାଙ୍ଗାଲୋର: ଏଠାରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୩ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଦିଲ୍ଲୀର ଏହା କ୍ରମାଗତ ୫ମ ପରାଜୟ । ସମସ୍ତ ରଣନୀତି ଆପଣାଉଥିଲେ ମଧ୍ୟ ଦଳ ବିଜୟ ଧାରାକୁ ଫେରିପାରିନି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୪ ରନ କରିଥିଲା । ବିରାଟ କୋହଲି ୫୦, ମହୀପାଲ ଲୋମରାର ୨୬ ଓ ଗ୍ଲେନ ମ୍ୟାକ୍ସୱେଲ ୨୪ ରନର ଇନିଂସ ଖେଳିଥିଲେ । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ଓ ମିଚେଲ ମାର୍ଶ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ୧୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୯ ୱିକେଟ ବିନିମୟରେ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା । ମନୀଷ ପାଣ୍ଡେ ୫୦ ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ହାସଲ କରିପାରି ନ ଥିଲା । ଆର୍ନିକ ନୋର୍ଟେଜ ୨୩ ଓ ଅକ୍ଷର ପଟେଲ ୨୧ରନ କରିଥିଲେ ।

ବାଙ୍ଗାଲୋର ପକ୍ଷରୁ ବିଜୟକୁମାର ବୈଶ୍ଚକ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ବିଜୟ ସହ ବାଙ୍ଗାଲୋର ୪ଟି ମ୍ୟାଚରୁ ୪ ପଂଏଟ ପାଇଥିବା ବେଳେ ଦିଲ୍ଲୀ କ୍ରମାଗତ ୫ମ ମ୍ୟାଚରେ ପରାଜିତ ହୋଇଛି ।

Leave A Reply

Your email address will not be published.