Latest Odisha News

BREAKING NEWS

‘ବିରୋଧୀ ଦଳ’ ଯେତେ ବିରୋଧ କରିବେ, ସେତେ ଫସିବେ !

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଏକାଠି ହେଉଛନ୍ତି। ଆଉ ଗୋଟିଏ ପଟେ ସିବିଆଇ ଇଡିର ସଂଢୁଆସି ଆକ୍ରମଣ ଜୋରଦାର ହେଉଛି। ପ୍ରମୁଖ ବିରୋଧୀ ବୋଲି କୁହାଯାଉଥିବା କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କ ଅବସ୍ଥାକୁ ନେଇ ସବୁଆଡେ ଚର୍ଚ୍ଚା। ଏଥିସହିତ ଅନ୍ୟ ପ୍ରମୁଖ ବିରୋଧି ମାନେ ହେଲେ ଆମ ଆଦମୀ ପାର୍ଟି, ଭାରତ ରାଷ୍ଟ୍ର ସମିତି, ତୃଣମୂଳ କଂଗ୍ରେସ ପ୍ରମୁଖ।

ସେଥିମଧ୍ୟରୁ ଆପ ସରକାର ଅଡୁଆରେ ପଡିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଜେଲରେ ଥିବାବେଳେ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲରେ ଅଛନ୍ତି। ଏଭଳି ସମୟରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ସିବିଆଇ।

ଦଳର ଦୁଇଜଣ ନେତା ଜେଲରେ ଥିବାବେଳେ ଆପ ମୁଖ୍ୟଙ୍କୁ ଜେରା ପାଇଁ ସମନ ଜାରି ହେବା ବିରୋଧୀ ଶିବିରକୁ ଦୋହଲାଇ ଦେଇଛି। ଏହି ମାମଲାରେ ଗତ ୨୬ ଫେବୃୟାରୀରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ।

ସେପଟେ ଏହି ଅବକାରୀ ଦୁର୍ନୀତି ପ୍ରସଙ୍ଗକୁ ନେଇ ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେସିଆରଙ୍କ ଝିଅ କେ କବିତାଙ୍କୁ ଇଡି ୩ ଥର ଜେରା କରିସାରିଛି। ଆଗକୁ ମଧ୍ୟ ତାଙ୍କୁ ଆହୁରି ଜେରା କରାଯାଇପାରେ ବୋଲି କୁହାଯାଉଥିବାବେଳେ ତାଙ୍କୁ ବିଜେପି ବଦନାମ କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

ସେହିଭଳି ଟିଏମସି ନେତାଙ୍କ ଉପରେ ସିବିଆଇ ଇଡି ଚଢ଼ାଉ ଓ ଜେରା ବିଭିନ୍ନ ସମୟରେ ହୋଇଆସୁଛି। ଏପରିକି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ ଓ ଲାଲୁଙ୍କ ଝିଅ ବିରୋଧରେ ବିଭିନ୍ନ ଦୁର୍ନୀତିକୁ ନେଇ ସିବିଆଇ ଇଡିର ଜେରା ବିରୋଧି ଶିବିରକୁ ଦୋହଲାଇ ଦେଇଛି।

ଆଗକୁ ନିର୍ବାଚନ ଥିବାବେଳେ ବିରୋଧୀ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି। ଏପରିକି ଉଦେଶ୍ୟମୂଳକ ଭାବେ କେବଳ ଅଣବିଜେପି ଦଳ ଓ ନେତାଙ୍କ ଉପରେ ରେଡ଼ କରାଯାଉଛି ଓ ଗିରଫ କରାଯାଉଛି ବୋଲି ଅଭିଯୋଗ ହେଉଛି। ତେଣୁ ଦେଶକୁ ବିରୋଧୀ ଶୂନ୍ୟ କରିବାକୁ ଏହା ବିଜେପିର ଏହା ଯୋଜନା ବୋଲି ଅଭିଯୋଗ ହୋଇଛି।

ଏହା ବିରୋଧରେ ବିରୋଧୀ ଏକ ହେଉଥିଲେ ମଧ୍ୟ ସିବିଆଇ, ଇଡି ଓ ଆଇନଗତ କ୍ଷେତ୍ରରେ ବିରୋଧୀଙ୍କ ବିରୋଧରେ କଡା ପଦକ୍ଷେପକୁ ବିରୋଧୀ ସମ୍ମୁଖୀନ ହୋଇ କେତେ ସଫଳ ହୋଇପାରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.