Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଇ । ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅଫିସ୍ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ୫ ଜଣ ଡିଏସପି ଓ ୧୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ୍ ହୋଇଛନ୍ତି । ପ୍ରାଥମିକ ରେଡ୍ ବେଳେ ୨୮ଟି ପ୍ଲଟ୍ ମିଳିଛି । ସେଥିରୁ ଭୁବନେଶ୍ୱରରେ ୭ଟି ପ୍ଲଟ୍ ଓ ୨୧ଟି ପ୍ଲଟ୍ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ସ୍ଥାନରେ ରହିଛି । ପ୍ଲଟ ଗୁଡ଼ିକର ମୂଲ୍ୟ ୧ କୋଟି ୪୫ ଲକ୍ଷରୁ ଅଧିକ ହେବ ।

ରେଡ୍ ବେଳେ ଭିଜିଲାନ୍ସ ୧ ଲକ୍ଷ ୫୮ ହଜାର ନଗଦ ଟଙ୍କା ଠାବ କରିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଘର, ଢେଙ୍କାନାଳ ସହରରେ ଗୋଟିଏ ଦୁଇ ମହଲା ଘର, ଡେଙ୍କାନାଳ ଗୁନାଦେଇ ଗାଁରେ ଗୋଟିଏ ଘର ଠାବ ହୋଇଛି । ତେବେ ଏସବୁ ଘର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସ । ବ୍ୟାଙ୍କ ଓ ବୀମା ବାବଦରେ ୪୭ ଲକ୍ଷ ୬୫ ହଜାର ଟଙ୍କା ଜମା ଠାବ ହୋଇଥିବା ବେଳେ ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଯାନ ବାବଦରେ ସୂଚନା ମିଳିଛି । ଏବେବି ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.