Latest Odisha News

BREAKING NEWS

ରକେଟ୍ରି: ଦି ନାମ୍ବି ଇଫେକ୍ଟ: ମାଧବନ ଫିଲ୍ମକୁ ଯୋଜନାବଦ୍ଧ ଭାବେ ଫ୍ଲପ କରିବା ପାଇଁ ଉଦ୍ୟମ ହୋଇଥିଲା କି ?

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଲୋକ ନିଜ ହାତ ମୁଠାରେ ଏହାକୁ ରଖିଛନ୍ତି କହିଲେ ଭୁଲ ହେବନି । ସେମାନଙ୍କ ଅନୁମତି ବିନା ପତ୍ରଟିଏ ବି ହଲେନି । ଆର.ମାଧବନଙ୍କ ରକେଟ୍ରି:ଦି ନାମ୍ବି ଇଫେକ୍ଟ ଫିଲ୍ମରେ ଏହା ପ୍ରମାଣିତ ହୋଇଛି । ଗୋଟିଏ ଅଦୃଶ୍ୟ ଟିମ ଏହି ଫିଲ୍ମ ପଛରେ ପଡି ଯାଇଥିଲେ, ସେମାନଙ୍କ ପାଇଁ ଏହା ଫ୍ଲପ ହେବା ଜରୁରୀ ଥିଲା । କୌଣସି ବଡ ଡିଷ୍ଟ୍ରିବ୍ୟୁଟର ଏହି ଫିଲ୍ମର ବିତରଣ ଦାୟିତ୍ୱ ନେଇ ନ ଥିଲା । ଶେଷରେ ମେକର୍ସ ବାଧ୍ୟ ହୋଇ ବିଭିନ୍ନ କମ୍ପାନୀ ଏବଂ ଛୋଟ ଡିଷ୍ଟ୍ରିବ୍ୟୁଟରଙ୍କ ମାଧ୍ୟମରେ ଏହାକୁ ରିଲିଜ କରାଇଥିଲେ । ଫଳରେ ଫିଲ୍ମ ଯେତିକି ସ୍କ୍ରିନ ପାଇବା କଥା ତାହା ପାଇ ନ ଥିଲା । ମେଟ୍ରୋ ସିଟିରେ ଫିଲ୍ମର ଶୋ ଏ ଭଳି ସମୟରେ ରଖାଗଲା ଯେ, ଯେଉଁ ସମୟରେ ପ୍ରାୟତଃ କମ ଲୋକ ହଲକୁ ଯାଆନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ପୋଷ୍ଟର ମଧ୍ୟ ଫିଲ୍ମ ହଲରେ ଦେଖିବାକୁ ମିଳି ନ ଥିଲା । ପ୍ରଚାର ଓ ପ୍ରସାର ପାଇଁ ଆୟୋଜନ କରାଯାଇଥିବା ପ୍ରେସମିଟରେ ଅଧିକାଂଶ ବଡ ମିଡିଆ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ ଉପସ୍ଥିତ ନ ଥିଲେ । ମାଧବନ ଏହା ଜାଣିଲା ବେଳକୁ ସବୁ କିଛି ତାଙ୍କ ହାତରୁ ଏକପ୍ରକାର ଖସି ଯାଇଥିଲା । ଏହି ଘଟଣା ପରେ ସ୍ୱତଃ ସୁଶାନ୍ତ ସିଂ ରାଜପୁତ କଥା ମନକୁ ଆସିଯାଇଛି । କିପରି ଗୋଟିଏ ଟିମ ତାଙ୍କ ହାତରୁ ଫିଲ୍ମ ଛଡାଇବା ଏବଂ କ୍ୟାରିୟର ନଷ୍ଟ କରିବା ପାଇଁ ଷଡଯନ୍ତ୍ର ରଚିଥିଲା ତାହା ପରୋକ୍ଷରେ ପ୍ରମାଣିତ ହେଉଛି । କେତେକ ଜାଗ୍ରତ ମିଡିଆ କାନରେ ଏହି ଖବର ପଂହଚିବା ପରେ ଧିରେ ଧିରେ ଏ ନେଇ ଆଲୋଚନା ହେବା ଆରମ୍ଭ ହୋଇଥିଲା । ଦର୍ଶକ ହୃଦୟଙ୍ଗମ କରିବା ପରେ ଫିଲ୍ମ ରିପୋର୍ଟ ଲେଖାଯିବା ବେଳକୁ ୨୦କୋଟିରୁ ଊର୍ଦ୍ଧ୍ୱ ଆୟ କରି ସାରିଛି ।

ରାଜନୀତି ପ୍ରଭାବ: ଏହି ଫିଲ୍ମ ସୁପରହିଟ ହୋଇଥିଲେ କିଛି ପାର୍ଟି ଏବଂ ଏହାର ନେତାଙ୍କ ପ୍ରକୃତ ଚେହେରା ସମ୍ମୁଖକୁ ଆସି ପାରିଥାନ୍ତା । ସେମାନେ ବି ଏହା ପଛରେ ପଡି ଯାଇଥିଲେ । ଏହାର ପ୍ରମୁଖ କାରଣ ହେଲା କେନ୍ଦ୍ରରେ କଂଗ୍ରେସ ସରକାର ଏବଂ କେରଳରେ ବାମ ଗଠବନ୍ଧନରେ ଦେଶର ମହାନ ଅନ୍ତରୀକ୍ଷ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଥିଲା । କିପରି ଜଣେ ଦେଶପ୍ରେମୀଙ୍କୁ ଦେଶ ବିରୋଧୀ କରି ଗିରଫ କରାଯିବା ସହ ଅକଥନୀୟ ଅତ୍ୟାଚାର ଦିଆ ଯାଇଥିଲା ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ସେ ସମୟରେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଦୌଡି ଦୌଡି ନିଜ ସମ୍ମାନ ବଂଚାଇବା ପାଇଁ ନାମ୍ବି ନାରାୟଣ ବହୁତ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.