Latest Odisha News

BREAKING NEWS

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବହୁ ବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି । ୟୁଜିରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ।

ୟୁଜି ଶ୍ରେଣୀ‌ରେ ଆନ୍ଥ୍ରୋପୋଲୋଜି ବିଭାଗର ଏଲିନା ଗାଏନ, ଅର୍ଥନୀତିରୁ ଅଙ୍କିତା ମହାପାତ୍ର, ଶିକ୍ଷା ବିଭାଗରୁ ଅପର୍ଣ୍ଣା ସାହୁ, ଇଂରାଜିରୁ ପ୍ରାପ୍ତି ପଟ୍ଟନାୟକ, ହିନ୍ଦୀରୁ ମୌସମ ତିୱାରୀ, ଇତିହାସରୁ ଅର୍ପିତା, ହୋମ୍‌ ସାଇନ୍ସରୁ ବୈଶାଳୀ ଭରଦ୍ୱାଜ ଦାଶ, ଲାଇବ୍ରେରି ଆଣ୍ଡ୍‌ ଇନ୍‌ଫରମେନ୍‌ ସାଇନ୍ସରୁ ଦିପ୍ତିମୟୀ ମଲେଇ, ଗଣିତରୁ ଅମ୍ରିତା ପ୍ରିିତମ, ଓଡ଼ିଆରୁ ରଜନୀଗନ୍ଧା ପରିଡ଼ା, ଫିଲୋସଫିରୁ ରଞ୍ଜିତା ସାମନ୍ତରାୟ ଟପର୍ ହୋଇଛନ୍ତି ।

ରାଜନୀତି ବିଜ୍ଞାନରୁ ସାଗରିକା ମହାରଣା, ସାଇକୋଲୋଜିରୁ ବୈଷ୍ଣୋବୀ ରଥ, ସଂସ୍କୃତରୁ ରଶ୍ମିତା ପଟ୍ଟନାୟକ, ସୋସିଓଲୋଜିରୁ ଦେବୀଦତ୍ତ ମହାପାତ୍ର, ବାୟୋଟେକ୍‌ନୋଲୋଜିରୁ ସୌମ୍ୟାଶ୍ରୀ ଦାଶ, ଉଦ୍ଭିଦ ବିଜ୍ଞାନରୁ ଇସ୍ପିତା ପ୍ରିୟଦର୍ଶନୀ, ରସାୟନ ବିଜ୍ଞାନରୁ ଅର୍ପିତା ମହାରଣା, କମ୍ପ୍ୟୁଟର୍‌ ସାଇନ୍ସରୁ ଅର୍ପିତା ପ୍ରିୟଦର୍ଶନୀ ସାମଲ୍‌, ଗଣିତରୁ ବିଜୟଲକ୍ଷ୍ମୀ ସାହୁ, ପଦାର୍ଥ ବିଜ୍ଞାନରୁ ଆୟେଶା ମହାନ୍ତି, ଷ୍ଟାଟିଷ୍ଟିକ୍ସରୁ ସ୍ୱସ୍ତିକା ମୈତି, ପ୍ରାଣୀ ବିଜ୍ଞାନରୁ କନ୍ୟାକା ଜେନା ଓ ବାଣିଜ୍ୟରୁ ଅନୀତା ଗଜେନ୍ଦ୍ର ଟପର୍ ହୋଇଛନ୍ତି ।

ସେହିପରି ପିଜିର ବାୟୋଟେକ୍‌ନୋଲୋଜି ବିଭାଗରେ ପ୍ୟାରି ପାୟଲ୍‌ ବେଉରା ଟପର୍‌ ହୋଇଥିବା ବେଳେ ବାଣିଜ୍ୟରେ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କମ୍ପ୍ୟୁଟର୍‌ ସାଇନ୍ସରେ ବିଶାଖା ବିଶ୍ୱଦର୍ଶିନୀ ଦାସ, ଅର୍ଥନୀତିରେ ସାଗରିକା ଦାସ, ଶିକ୍ଷା ବିଭାଗରେ ଆକାଂକ୍ଷା ପ୍ରମାଣିକ, ଇଂରାଜୀରେ ତନୟା ଦାସ, ଜେଣ୍ଡର୍‌ ଷ୍ଟଡିଜ୍‌ରେ ଶ୍ରେଷ୍ଠା ପାଣି, ହିନ୍ଦୀରେ ଚିନ୍ମୟୀ ରାଉତ, ହୋମ୍‌ ସାଇନ୍ସରେ ରୋଜା ଘୋଷ, ଲାଇଫ୍‌ ସାଇନ୍ସରେ ସ୍ୱରାଞ୍ଜଳି ଜେନା ଏବଂ ଓଡ଼ିଆରେ ସୋନାଲି ଦାସ ଟପର୍ ହୋଇଛନ୍ତି ।

ଅକ୍ଟୋବର ୩୦ରେ ୟୁଜି ଓ ପିଜି ରେଜଲ୍ଟ ପ୍ରକାଶ ପାଇଥିଲା। ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ଏହାର ଦୃଢ ପ୍ରତିବାଦ କରିଥିଲେ । ଶେଷରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ  ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।

Leave A Reply

Your email address will not be published.