Latest Odisha News

BREAKING NEWS

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ; କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ବାତିଲ୍ ହେବା ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉତ୍ତେଜିତ ଛାତ୍ରୀମାନେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି ।

ଛାତ୍ର ସଂସଦ ନିର୍ବାଚନ ବାତିଲ୍ ହେବା ଫଳରେ ଏହାକୁ ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦୋଷାରୋପ କରିଛନ୍ତି ଏହି ଛାତ୍ରୀମାନେ । ସୋମବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ପୋଷ୍ଟର୍ ଚିରିଦେବା ସହିତ କାଳି ବୋଳିଦେଇଛନ୍ତି ଉତ୍ୟକ୍ତ ଛାତ୍ରୀମାନେ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ କିଛି ଛାତ୍ରୀ ସମର୍ଥନ କରୁଥିବା ସହିତ ଅନେକ ଛାତ୍ରୀ ବିରୋଧ କରୁଥିବାର ଦେଖାଯାଇଛି ।

ଏହି ଘଟଣା ସମ୍ପର୍କରେ ଜାଣି ପୋଲିସ ସେଠାକୁ ଯାଇ ଛାତ୍ରୀମାନଙ୍କୁ ବୁଝାଇବା ପରେ ଏହି ବିକ୍ଷୋଭ ପ୍ରଦର୍ଶନ ବନ୍ଦ ହୋଇଥିଲା ।

Leave A Reply

Your email address will not be published.