Latest Odisha News

BREAKING NEWS

ମହିଳାମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିଖ: ହେମା ମାଳିନୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ବୟାନକୁ ନେଇ ସିଧାସଳଖ ଟାର୍ଗେଟ କଲେ ବିଜେପି ସାଂସଦ ହେମା ମାଳିନୀ । ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ତାଙ୍କ ନାମାଙ୍କନ ଭରିବା ପୂର୍ବରୁ କଂଗ୍ରେସ ନେତା ରଣଦୀପଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ କେବଳ ଲୋକପ୍ରିୟ ଲୋକଙ୍କୁ ଟାର୍ଗେଟ କରନ୍ତି କାରଣ ଅଲୋକପ୍ରିୟ ଲୋକଙ୍କୁ ଟାର୍ଗେଟ କଲେ ତାଙ୍କୁ କୌଣସି ଫାଇଦା ମିଳିବନି ବୋଲି ସେ ଜାଣିଛନ୍ତି ।

ହେମା ମାଳିନୀ କହିଛନ୍ତି ଯେ, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ମହିଳାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ୍ । ମୁଁ ମୋର ନାମାଙ୍କନ ଦାଖଲ କରିବାକୁ ଏଠାକୁ ଆସିଛି ଏବଂ ଏହି ଖୁସିର ଅବସରରେ, କିଏ କଣ କହିଲା ସେ ବିଷୟରେ ମୁଁ କୌଣସି କଥା କହିବାକୁ ଚାହୁଁନାହିଁ ।

ଏହାପୂର୍ବରୁ ବିଜେପି ସାଂସଦ ହେମା ମାଲିନୀ କହିଛନ୍ତି, “ତୃତୀୟ ଥର ପାଇଁ ମଥୁରାର ଲୋକଙ୍କ ସେବା କରିବାର ସୁଯୋଗ ପାଇ ମୁଁ ବହୁତ ଖୁସି। ଯେଉଁ କାର୍ଯ୍ୟ ମୋର ୨ଟି କାର୍ଯ୍ୟକାଳ ସମୟରେ ହୋଇପାରିନଥିଲା ତାହାକୁ ମୁଁ ଏଥର ପୁରା କରିବି । ଏଥର ମଥୁରାର ଲୋକଙ୍କ ପାଇଁ ବଡ ବିକାଶ ଯୋଜନାର କାର୍ଯ୍ୟକାରି ହେବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରା ପାଇଁ ସବୁ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ। ”

ସେପଟେ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ବିବୃତ୍ତିରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- ‘ହେମା ମାଳିନୀଙ୍କ ବିରୋଧରେ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଦେଇଥିବା ବିବୃତ୍ତିକୁ ମୁଁ ନିନ୍ଦା କରୁଛି। କଂଗ୍ରେସ ଦଳ ଏଥିପାଇଁ କ୍ଷମା ମାଗିବା ଉଚିତ। କଂଗ୍ରେସ ନେତାମାନେ କ୍ରମାଗତ ଭାବରେ ମହିଳା ଶକ୍ତିକୁ ଅପମାନ କରୁଛନ୍ତି। ଦେଶର ଲୋକମାନେ କଂଗ୍ରେସ ଦଳକୁ କେବେବି କ୍ଷମା କରିବେ ନାହିଁ।

 

Leave A Reply

Your email address will not be published.