Latest Odisha News

BREAKING NEWS

ଚିରାଗ ପାଶ୍ୱାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଦଳ ଛାଡ଼ିଲେ ୨୨ ନେତା

ପାଟନା: ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଯୋରଦାର ଚାଲିଛି ନେତାଙ୍କ ଦଳ ବଦଳ ପର୍ବ । ଏହାରି ଭିତରେ ବିହାରରେ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶୱାନଙ୍କୁ ଲାଗିଛି ଶକ୍ତ ଝଟକା । ଏକାଥରରେ ୨୨ ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି ।

ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ୨୨ ଜଣ ନେତା ଦଳ ଛାଡିଥିବା ସୂଚନା ରହିଛି । ଦୀର୍ଘ ବର୍ଷ ଧରି ଦଳରେ ରହି କାର୍ଯ୍ୟ କରିବା ସତ୍ୱେ ସେମାନଙ୍କ ବଦଳରେ ବାହାର ନେତା ଓ ନବାଗତଙ୍କୁ ଦଳ ଟିକେଟ୍ ଦେଉଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ସେମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ପ୍ରଦେଶ ପଦାଧିକାରୀ ସାମିଲ ଅଛନ୍ତି ।
ଖାଲି ସେତିକି ନୁହେଁ, ଟଙ୍କା ବଦଳରେ ଚିରାଗ ପାଶୱାନ ଟିକେଟ୍ ବିକ୍ରି କରୁଥିବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ସୂନାଯୋଗ୍ୟ, ଗତ ବର୍ଷ ଜୁଲାଇରେ ଚିରାଗ ପାଶ୍ୱାନ ଏନଡିଏରେ ସାମିଲ ହୋଇଥିଲେ । ଏହାପରେ ବିହାରରେ ସମୁଦାୟ ୪୦ ଲୋକସଭା ଆସନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ) ର ନେତା ଚିରାଗ ପାଶ୍ୱାନଙ୍କୁ ୫ ସିଟ୍‌ ମିଳିଛି ।

 

Leave A Reply

Your email address will not be published.