Latest Odisha News

BREAKING NEWS

୫୦୦ ଟଙ୍କା ଦେଇ ଜେଲରେ ରାତି କାଟୁଛନ୍ତି ଲୋକେ

ଡେରାଡୁନ: ଏହି ଦୁନିଆର କୌଣସି ବ୍ୟକ୍ତି ଜେଲ ଯିବାକୁ ଚାହାଁନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି କିଛି ଅପରାଧ କରେ ତେବେ ତାକୁ ହିଁ ଜେଲକୁ ପଠାଯାଏ। କିନ୍ତୁ ଉତ୍ତରାଖଣ୍ଡରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ଲୋକେ ଜେଲ ସମ୍ପର୍କରେ ଭଲ କଥା ଚିନ୍ତା କରନ୍ତି। ଦରକାର ପଡିଲେ ଲୋକେ ଗୋଟିଏ ରାତି ଜେଲରେ କାଟୁଛନ୍ତି। ଏହି କାରାଗାରଟି ଉତ୍ତରାଖଣ୍ଡର ହଲଦୱାନିରେ ଅବସ୍ଥିତ।

ଉତ୍ତରାଖଣ୍ଡର ହଲଦୱାନି ଜେଲ ପ୍ରଶାସନ ଦ୍ୱାରା ଲୋକଙ୍କୁ ଗୋଟିଏ ରାତି ଜେଲରେ କାଟିବାକୁ ଅନୁମତି ଦିଆଯାଉଛି। ଲୋକଙ୍କଠାରୁ ରାତି ପିଛା ୫୦୦ ଟଙ୍କା ନିଆଯାଇ କାରାଗାର ଜୀବନର ଅଭିଜ୍ଞତା ଅନୁଭବ କରିବାକୁ ଦିଆଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖରାପ କର୍ମରୁ ବଞ୍ଚିତ କରିବା। ଯାହା ଦ୍ୱାରା ଲୋକେ ବୁଝିପାରିବେ ଯେ ଜେଲରେ ବନ୍ଦୀ ଜୀବନ କିପରି ଲାଗେ।

କେତେକ ଲୋକଙ୍କ ରାଶିରେ ଗ୍ରହ ଏବଂ ନକ୍ଷତ୍ର ସ୍ଥିତି ଦେଖି ଜ୍ୟୋତିଷମାନେ ଭବିଷ୍ୟବାଣୀ କରିନ୍ତି। ଆଉ କୁହନ୍ତି ଯେ ସେମାନଙ୍କୁ ଜୀବନରେ ଥରେ ଜେଲ ଯିବାକୁ ପଡିବ। ଏପରି ପରିସ୍ଥିତିରେ, ଭବିଷ୍ୟତରେ ଲୋକମାନେ କୌଣସି କାରଣରୁ ଜେଲ ଯିବାକୁ ଯେମିତି ନପଡେ ସେଥିପାଇଁ ସେମାନେ ପୂର୍ବରୁ ୫୦୦ ଟଙ୍କା ଦେଇ ଜେଲରେ ରହି ଆସନ୍ତି। ସୂଚନା ଥାଉକି ଉକ୍ତ କାରାଗାରର ଏକ ଅଂଶ ଏପରି ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଠାରେ ଲୋକମାନେ ୫୦୦ ଟଙ୍କା ଦେଇ ଗୋଟେ ରାତି ବିତାଇ ପାରିବେ।

ସୂଚନା ଅନୁଯାୟୀ, ହଲଦୱାନୀର ଏହି କାରାଗାର ୧୯୦୩ ମସିହାରେ ନିର୍ମିତ ହୋଇଥିଲା। ଏଥିରେ ଛଅଟି ଷ୍ଟାଫ୍ କ୍ୱାର୍ଟର୍ ସହିତ ଏକ ପୁରୁଣା ପ୍ରକୋଷ୍ଠ ରହିଛି। ଜେଲ ପ୍ରଶାସନ ଗଣମାଧ୍ୟମକୁ କହିଛନ୍ତି ଯେ ଜେର ଏହି ଗୋଟିଏ ପ୍ରକୋଷ୍ଠ ‘ଜେଲର ଅତିଥି’ ଙ୍କ ପାଇଁ ରଖାଯାଇଛି। ଜ୍ୟୋତିଷମାନେ ରାଶିଫଳ ଗଣନା ଯୋଗୁଁ କିଛି ଲୋକଙ୍କୁ ଗୋଟେ ରାତି ଜେଲରେ ରହିବାକୁ ପରାମର୍ଶ ଦିଆଯାଏ। ଜେଲ ଭିତର ଏହି ଅଂଶକୁ ଡମି ଜେଲ କୁହାଯାଉଛି।

Leave A Reply

Your email address will not be published.