Latest Odisha News

BREAKING NEWS

ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ନାହିଁ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର :  ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି  ।

ଏହି କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉପରେ ସବୁଠାରୁ ଅଧିକ ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ଜନତା ମଇଦାନରୁ ରାଜ୍ୟସରକାରଙ୍କ ଉପରେ ସିଧାସଳଖ ପ୍ରଶ୍ନ ବାଣ ଛାଡିଥିଲେ ଅପରାଜିତା   ।

ବିଜେପି କାର୍ଯ୍ୟକ୍ରମକୁ ବିଜେଡି ଡରୁଛି କି ? ବିଜେପିର ସଭା ଦିନ ହିଁ କାହିଁକି ସମ୍ମିଳନୀ କରୁଛି ବିଜେଡି  ? ବିଜେପିକୁ ଏତେ ଭୟ କାହିଁକି କରୁଛି ବିଜେଡି  ?  ଏହିଭଳି କିଛି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ରାଜ୍ୟ ସରକାରଙ୍କ ୨୦ ବର୍ଷର ଶାସନ ଉପରେ ମଧ୍ୟ ବର୍ଷିଥିଲେ ଅପରାଜିତା  । ଦୀର୍ଘ ବର୍ଷ ଧରି ଶାସନ  କରୁଥିବା ଦଳ ଏତେ ଡର କଣ ପାଇଁ ବୋଲି ପଚାରିଥିଲେ ଅପରାଜିତା ।

ଆଜି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିବା ଶୁଣି ଏତେ  ତରବରରେ ବରମୁଣ୍ଡାରେ ସଭା କରିଛି ବିଜେଡ଼ି  । ଅନ୍ୟ କେଉଁ ଦିନ ସମୟ ମିଳିଲା ନାହିଁ, ଆଜି କାହିଁକି ସଭା କଲେ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା   ।

ବିଜେଡି କର୍ମକର୍ତ୍ତା ତାଙ୍କ ନେତାଙ୍କୁ ଦେଖି ପାରିବେ ନାହିଁ।  କିନ୍ତୁ ବିଜେପି କର୍ମୀ ସିଧା ସଳଖ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କୁ ଭେଟିବେ। ବିଜେଡି ତାଙ୍କ ସୁପ୍ରିମୋଙ୍କୁ ଭିଡ଼ିଓ କନଫ୍ରେନ୍ସରେ ମାଧ୍ୟମରେ ଦେଖିବେ କିନ୍ତୁ ଆମ ନେତା ଡାଇରେକ୍ଟ ଲୋକଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  ।

ଆମ ସଭାପତି ୩ ଦିନରେ ୩ ରାଜ୍ୟ ବୁଲି ଆଜି ଓଡ଼ିଶାକୁ ଆସିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଅଛନ୍ତି  । କିଛି ଏଭଳି ଢଙ୍ଗରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ   ବିଜେଡ଼ି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି  ।

 

 

 

 

Leave A Reply

Your email address will not be published.