Latest Odisha News

BREAKING NEWS

୧୦୦ ଟଙ୍କାରୁ କମ ମୂଲ୍ୟର ରିଚାର୍ଜ ପ୍ଲାନ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ନିଜ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବାକୁ ଓ ଅନ୍ୟ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଟେଲିକମ ଅପରେଟରମାନେ ବିଭିନ୍ନ ଆକର୍ଷଣୀୟ ପ୍ଲାନ ଲଂଚ କରୁଛନ୍ତି । ବିଶେଷକରି ରିଲାଏନ୍ସ ଜିଓ, ​​ଭୋଡାଫୋନ୍-ଆଇଡିଆ, ବିଏସ୍ଏନ୍ଏଲ୍ ଏବଂ ଏୟାରଟେଲ ସବୁପ୍ରକାରର ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବାକୁ ଦାମୀରୁ ଆରମ୍ଭ କରି ଶସ୍ତା ପ୍ଲାନ ମଧ୍ୟ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ସବୁ ଟେଲିକମ ଅପରେଟରଙ୍କ ଶସ୍ତା ପ୍ଲାନ ବାବଦରେ ସୂଚନା ଦେବୁ, ଯାହାକି ୧୦୦ ଟଙ୍କାରୁ କମ ମୂଲ୍ୟରେ ଆପଣ ପାଇପାରିବେ ।

ଏୟାରଟେଲର ଶସ୍ତା ପ୍ରିପେଡ୍ ପ୍ଳାନର ଦାମ ୯୯ ଟଙ୍କା ରହିଛି । ଏହି ପ୍ଲାନର ବୈଧତା ୨୮ ଦିନ ହୋଇଥିବାବେଳେ ଏଥିରେ ଉପଭୋକ୍ତାମାନେ ୯୯ ଟଙ୍କାର ଟକ୍ ଟାଇମ୍, କଲିଂ ଏବଂ ମେସେଜିଂ ସୁବିଧା ପାଆନ୍ତି । ଏଥିରେ ୨୦୦ଏମବି ଡାଟା ମଧ୍ୟ ରହିଛି ।

ଭୋଡାଫୋନ-ଆଇଡିଆ ଅର୍ଥାତ୍ ଭିଆଇର ସବୁଠାରୁ ଶସ୍ତା ପ୍ଲାନ ହେଉଛି ୯୮ ଟଙ୍କା । ଏହି ପ୍ରିପେଡ୍ ଯୋଜନାରେ ୧୫ ଦିନର ବୈଧତା ଥିବାବେଳେ ଏଥିରେ ଗ୍ରାହକମାନେ ଅସୀମିତ କଲିଂ ସହିତ ୨୦୦ଏମବି ଡାଟାର ସୁବିଧା ମଧ୍ୟ ପାଇଥା’ନ୍ତି ।

ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ପ୍ଲାନର ଦାମ ୨୬ ଟଙ୍କା ରହିଥିବାବେଳେ ଏଥିରେ ୨୮ ଦିନର ବୈଧତା ରହିଛି । ଏହି ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ କମ୍ପାନୀ ୬ଜିବି ଡାଟା ୟୁଜର୍ସଙ୍କ ପାଇଁ ୬୨ ଟଙ୍କା ମୂଲ୍ୟର ରିଚାର୍ଜ ପ୍ଲାନ ମଧ୍ୟ ପ୍ରଦାନ କରୁଛି ।

ବିଏସଏନଏଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ହେଉଛି ୪୯ ଟଙ୍କା । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୨୦ ଦିନର ବୈଧତା ମିଳୁଥିବାବେଳେ ୧୦୦ ମିନିଟର ଭଏସ୍ କଲ୍ ସୁବିଧା ମିଳିଥାଏ ।

Leave A Reply

Your email address will not be published.