Latest Odisha News

BREAKING NEWS

ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ର ମିଷ୍ଟର ଖିଲାଡି ଅକ୍ଷୟ କୁମାର; ଆଣ୍ଠୁରେ ଲାଗିଛି ଆଘାତ

ଇଡେନବର୍ଗ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉ ଆକ୍ସନ ଷ୍ଟାର୍ ଆକ୍ଷୟ କୁମାର। ସ୍କଟ୍‌ଲାଣ୍ଡରେ ବର୍ତ୍ତମାନ ତାଙ୍କ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଛି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଅକ୍ଷୟ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି। ଆଘାତ ଲାଗିବା ପରେ ଆକ୍ସନ ଶଟ୍‌କୁ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟ ସିନ୍‌ଗୁଡ଼ିକର ଶୁଟିଂ ଜାରି ରହିଛି।

ଟିମ୍ ବର୍ତ୍ତମାନ ସ୍କଟ୍‌ଲାଣ୍ଡରେ ଫିଲ୍ମ ଶିଟିଂ କରୁଥିବା ବେଳେ ଏଠାରେ ଶୁଟିଂ ଅବଧି ସରିବା ପୂର୍ବରୁ ଶୀଘ୍ର ଶୀଘ୍ର ଶୁଟିଂ ସାରି ଫେରିବାକୁ ପଡ଼ିବ ବୋଲି ଅକ୍ଷୟ ଆହତ ଗୋଡ଼ରେ ବି ଶୁଟିଂ ଜାରି ରଖିଛନ୍ତି ବୋଲି ଫିଲ୍ମ ସହ ଜଡ଼ିତ ଜଣେ ସଦସ୍ୟଙ୍କ ଠାରୁ ସୂଚନା ମିଳିଛି। ବର୍ତ୍ତମାନ ଆଣ୍ଠୁରେ ବ୍ରାସ୍ ବାନ୍ଧୀ ଅକ୍ଷୟ ଶୁଟିଂ କରୁଛନ୍ତି ବୋଲି ସୂଚନା ମିଳିଛି।

ବଲିଉଡର ମିଷ୍ଟର ଖିଲାଡ଼ି କୁମାର ଅକ୍ଷୟ ଫିଲ୍ମରେ ନିଜ ଫିଲ୍ମର ପ୍ରାୟ ୯୫ ପ୍ରତିଶତ ଷ୍ଟଣ୍ଟ ସେ ନିଜେ କରନ୍ତି। ଅକ୍ଷୟ ନିଜେ ଷ୍ଟଣ୍ଟ କରିବାକୁ ଭଲପାଆନ୍ତି। ଏଥିପାଇଁ ସେ ରିକ୍ସ ନେବାକୁ ମଧ୍ୟ ପଛାନ୍ତି ନାହିଁ।

ଏହି ଫିଲ୍ମର ଅଲ୍ଲୀ ଆବ୍ବାସ ଜାଫର ନିର୍ଦ୍ଦେଶନା ସହ ଅଭିନୟ ମଧ୍ୟ କରିଛନ୍ତି। ଏଥିସହିତ ସୋନାକ୍ଷୀ ସିହ୍ନା, ପୃଥ୍ୱୀରାଜ ସୁକୁମାରଣ ଫିଲ୍ମରେ ଦେଖିବାକୁ ମିଳିବ। ଏହାର ପ୍ରଯୋଜନା କରିଛନ୍ତି ଅଭିନେତା ଜ୍ୟାକି ଭଗନାନୀ।

Leave A Reply

Your email address will not be published.