ମୁମ୍ବାଇ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ପଠାଯାଉଛି । ଟେଷ୍ଟ କ୍ରିକେଟରେ ୩୪ ଶତକ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଏହି ମହାନ ଖେଳାଳିଅବସର ନେବାର ୩୪ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କେତେକ ରେକର୍ଡ ଏବେ ବି ଅତୁଟ ରହିଛି ।
ପଦାର୍ପଣ ସିରିଜରେ ସର୍ବାଧିକ ରନ: ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣ ସିରିଜରେ ୧୫୪.୮୦ ଆଭରେଜରେ ୭୭୪ ରନ ସଂଗ୍ରହ କରିଥିଲେ । ଯାହା କି ଏବେ ବି ଅତୁଟ ରହିଛି । ଏହି ସିରିଜରେ ସେ ୪ଶତକ ଓ ୩ ଅର୍ଦ୍ଧଶତକ ହାସଲ କରିଥିଲେ ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ: ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୭ ଟେଷ୍ଟରେ ୧୩ ଶତକ ହାସଲ କରିଥିଲେ । ଏହା ଆଜି ବି ରେକର୍ଡ ହୋଇ ରହିଛି । ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୫.୪୫ ଆଭରେଜରେ ୨୭୪୯ ରନ କରିଥିଲେ ।
୪ର୍ଥ ଇନିଂସରେ ସର୍ବାଧିକ ଶତକରେ ଭାରତୀୟ ରେକର୍ଡ : ଲିଟିଲ ମାଷ୍ଟର ଟେଷ୍ଟର ୪ର୍ଥ ଇନିଂସରେ ୪ଶତକ ମାରିଛନ୍ତି । ଭାରତର ଅନ୍ୟ କୌଣସି ଖେଳାଳି ଏତେ ସଂଖ୍ୟକ ଶତକ ହାସଲ କରି ନାହାନ୍ତି । ସଚିନ ତେନ୍ଦୁଲକର ୩ଟି ଶତକ ମାରି ତାଙ୍କ ପଛକୁ ରହିଛନ୍ତି । ପାକିସ୍ତାନର ୟୁନୁସ ଖାଁ ସର୍ବାଧିକ ୫ଶତକ କରି ରେକର୍ଡ କରିଛନ୍ତି ।
୩ ଥର ଟେଷ୍ଟର ଉଭୟ ଇନିଂସରେ ଶତକ: ସୁନୀଲ ଗାଭାସ୍କର ତାଙ୍କ କ୍ୟାରିୟରରେ ୩ଥର ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
ଟେଷ୍ଟରେ ଷ୍ଟ୍ରାଇକର ଓପନର ଭାବେ ସର୍ବାଧିକ ରନ: ଟେଷ୍ଟ କ୍ରିକେଟରେ ଓପନର ଷ୍ଟ୍ରାଇକର ଭାବେ ସୁନୀଲ ଗାଭାସ୍କର ୧୮୬ ଇନିଂସରେ ୮୫୧୧ ରନ ଏବେ ବି ଅତୁଟ ରହିଛି ।
BREAKING NEWS
- ଭୋଟର ତାଲିକାରୁ କଟିଲା ୬୩ ଲକ୍ଷ ନାଁ ଦୋହଲି ଯିବ କି ଦିଦିଙ୍କ ଆସନ !
- Gold rate falls: ଖସିଲା ସୁନା ଦର; ଜାଣନ୍ତୁ କ’ଣ ରହିଛି ଦାମ୍
- ବିଜେପିକୁ ବାଏବାଏ କଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ
- ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
Comments are closed.