ମୁମ୍ବାଇ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ପଠାଯାଉଛି । ଟେଷ୍ଟ କ୍ରିକେଟରେ ୩୪ ଶତକ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଏହି ମହାନ ଖେଳାଳିଅବସର ନେବାର ୩୪ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କେତେକ ରେକର୍ଡ ଏବେ ବି ଅତୁଟ ରହିଛି ।
ପଦାର୍ପଣ ସିରିଜରେ ସର୍ବାଧିକ ରନ: ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ ପଦାର୍ପଣ ସିରିଜରେ ୧୫୪.୮୦ ଆଭରେଜରେ ୭୭୪ ରନ ସଂଗ୍ରହ କରିଥିଲେ । ଯାହା କି ଏବେ ବି ଅତୁଟ ରହିଛି । ଏହି ସିରିଜରେ ସେ ୪ଶତକ ଓ ୩ ଅର୍ଦ୍ଧଶତକ ହାସଲ କରିଥିଲେ ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ: ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୭ ଟେଷ୍ଟରେ ୧୩ ଶତକ ହାସଲ କରିଥିଲେ । ଏହା ଆଜି ବି ରେକର୍ଡ ହୋଇ ରହିଛି । ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୬୫.୪୫ ଆଭରେଜରେ ୨୭୪୯ ରନ କରିଥିଲେ ।
୪ର୍ଥ ଇନିଂସରେ ସର୍ବାଧିକ ଶତକରେ ଭାରତୀୟ ରେକର୍ଡ : ଲିଟିଲ ମାଷ୍ଟର ଟେଷ୍ଟର ୪ର୍ଥ ଇନିଂସରେ ୪ଶତକ ମାରିଛନ୍ତି । ଭାରତର ଅନ୍ୟ କୌଣସି ଖେଳାଳି ଏତେ ସଂଖ୍ୟକ ଶତକ ହାସଲ କରି ନାହାନ୍ତି । ସଚିନ ତେନ୍ଦୁଲକର ୩ଟି ଶତକ ମାରି ତାଙ୍କ ପଛକୁ ରହିଛନ୍ତି । ପାକିସ୍ତାନର ୟୁନୁସ ଖାଁ ସର୍ବାଧିକ ୫ଶତକ କରି ରେକର୍ଡ କରିଛନ୍ତି ।
୩ ଥର ଟେଷ୍ଟର ଉଭୟ ଇନିଂସରେ ଶତକ: ସୁନୀଲ ଗାଭାସ୍କର ତାଙ୍କ କ୍ୟାରିୟରରେ ୩ଥର ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।
ଟେଷ୍ଟରେ ଷ୍ଟ୍ରାଇକର ଓପନର ଭାବେ ସର୍ବାଧିକ ରନ: ଟେଷ୍ଟ କ୍ରିକେଟରେ ଓପନର ଷ୍ଟ୍ରାଇକର ଭାବେ ସୁନୀଲ ଗାଭାସ୍କର ୧୮୬ ଇନିଂସରେ ୮୫୧୧ ରନ ଏବେ ବି ଅତୁଟ ରହିଛି ।
BREAKING NEWS
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
Comments are closed.