Latest Odisha News

BREAKING NEWS

ଲଞ୍ଚ୍ ହେଲା ରେଡ଼ମି ୭୦ ଇଞ୍ଚ୍ ଟିଭି, ଖୁବଶିଘ୍ର ଭାରତରେ ହେବ ଉପଲବ୍ଧ

ମୁମ୍ବାଇ: ରେଡ଼ମି ନୋଟ ୮ ଏବଂ ରେଡ଼ମି ବୁକ୍ ଲାପଟପ୍ ଲଞ୍ଚ୍ ହେବା ପରେ ଏହି କମ୍ପାନୀ ପକ୍ଷରୁ ୭୦ ଇଞ୍ଚ୍ ଟିଭି ଲଞ୍ଚ୍ ହୋଇଛି । ବହୁ ପ୍ରତୀକ୍ଷୀତ ଏହି ଟିଭି ଲଞ୍ଚ୍ ହେବାପରେ ଭାରତୀୟ ଗ୍ରାହକମାନେ ଏହି ଟିଭି କିଣିବାକୁ ବୁକିଂ ଆରମ୍ଭ କରିଦେଲେଣି । ଭାରତରେ ଏହି ଟିଭି ଖୁବ୍ ଶିଘ୍ର ଲଞ୍ଚ୍ ହେବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୭୦ ଇଞ୍ଚ୍ ୪କେ ଏଚଡ଼ିଆର୍ ରେଡ଼ମି ଟିଭିର ବଜାର ଦର ଅପେକ୍ଷାକୃତ ଅନେକ କମ୍ ରହିବ ବୋଲି ସୂଚନା ମିଳିଛି । ଭାରତୀୟ ବଜାରରେ ଏହି ୭୦ ଇଞ୍ଚ୍ ଟିଭି ମାତ୍ର ୩୮ ହଜାର ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଏହି ଟିଭିରେ ରହିଛି ୩ ଏଚଡ଼ିଏମଆଇ ପୋର୍ଟ, ୨ଟି ୟୁଏସବି ପୋର୍ଟ । ଏଥିସହିତ ଗାର୍ଡ଼ କୋର୍ ଆମଲୋଜିକ୍ ଏସଓସି, ଡୁଆଲ୍ ବ୍ୟାଣ୍ଡ ୱାଇଫାଇ ପ୍ୟାଚ୍ ୱାଲ୍ ୟୁଜର୍ ଇଣ୍ଟରଫେସ । ଏଥିରେ ମଧ୍ୟ ୨ଜିବି ର‌୍ୟାମ, ୧୬ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ କ୍ୟାପାସିଟି, ବ୍ଲୁ ଟୁଥ୍ ଭଏସ ରିମୋଟ୍ କଣ୍ଟ୍ରୋଲ୍ ଏବଂ ଫୋନ ସ୍କାନ କୋଡ଼ ।

ଏହି ଟିଭି ଚଳିତ ବର୍ଷ ଶେଷ ଆଡ଼କୁ ଭାରତୀୟ ବଜାରରେ ଉପଲବ୍ଧ ହେବା ନେଇ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.