ଭୁବନେଶ୍ୱର: କେବେ କେବେ ଆମ ମାନଙ୍କ ପାଖରେ ତାଜା ଖାଦ୍ୟ ପ୍ରସ୍ତୁତ କରିବାର ସମୟ ଅଭାବ ବା ଅଧିକ ଖାଦ୍ୟ ବଳକା ରହିଯିବାରୁ ଆମେମାନେ ସେହି ଖାଦ୍ୟକୁ ଫ୍ରିଜରେ ରଖିଦେଉ । ପରେ ପୁଣି ଥରେ ଏହାକୁ ଗରମ କରି ଖାଇଥାଉ। ଦୈନନ୍ଦିନ ଜୀବନରେ ଏହା ଏକ ଅଭ୍ୟାସ ରୂପ ପରିଣତ ହୋଇଗଲାଣି ।
ତେବେ କଣ ଆପଣ ଜାଣନ୍ତି ଏସବୁ ଦ୍ୱାରା ଆମ ଶରୀରକୁ କେତେ କ୍ଷତି ପହଞ୍ଚୁଛି ?
ଏକ ଗବେଷଣାରୁ ଜଣାପଡିଛି ଯେ, ବଳକା ରହିଯାଇଥିବା ଖାଦ୍ୟକୁ ପୁଣି ଥରେ ଗରମ କରିବା ଦ୍ୱାରା ସେଥିରେ ଥିବା କେମିକାଲ ବଦଳି ଯାଇଥାଏ, ଯେଉଁ କାରଣରୁ ଫୁଡ୍ ପଏଜନିଂଗ ଭଳି ଅନେକ ସମସ୍ୟା ଦେଖାଯାଇଥାଏ।
ଦ୍ୱିତୀୟ ଥର ପାଇଁ ଖାଦ୍ୟକୁ ଗରମ ଅନୁଚିତ୍ କାହିଁକ, ଜାଣନ୍ତୁ..
ଖାଦ୍ୟରେ ଭଲ ବ୍ୟାକ୍ଟେରିଆ ରହିଥାନ୍ତି। ଯାହା ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ନଷ୍ଟ ହୋଇଯାଇ ଏକ କେମିକାଲରେ ବଦଳି ଯାଇଥାଏ ।
ଉଦାହରଣ ସ୍ୱରୂପ, ଚାଉଳରେ ଗୋଟିଏ ବ୍ୟାକ୍ଟେରିଆର ଅପୁଷ୍ପକ ଉଭିଦର ଜୀବକଣ ରହିଥାଏ ଏବଂ ତାହା ଭାତ ହେବା ପରେ ମଧ୍ୟ ଜୀବିତ ରହିଥାଏ। ଯେତେବେଳେ ଚାଉଳକୁ ସାମାନ୍ୟ ତାପମାତ୍ରାରେ ଛାଡିଦିଆଯାଏ ସେହି ସମୟରେ ବ୍ୟାକ୍ଟେରିଆ ବିକଶିତ ହୋଇଯାଇଥାଏ, କିନ୍ତୁ ଏହାକୁ ଯଦି ଗରମ କରାଯାଏ ତେବେ ତାହା ବିଷାକ୍ତ ହେଇଯାଇଥାଏ। ଯାହାଫଳରେ ଡାଇରିଆ ଏବଂ ବାନ୍ତି ଭଳି ସମସ୍ୟା ହୋଇପାରେ।
ସେହିଭଳି ପାଳଙ୍ଗ ଶାଗ, ଧନିଆ ପତ୍ର ଭଳି ସବୁଜ ପତ୍ର ଥିବା ପରିବାରେ ପ୍ରଚୁର ମାତ୍ରରେ ଆଇରନ ଏବଂ ନାଇଟ୍ରେସ୍ ରହିଥାଏ। ଯେତେବେଳେ ନାଇଟ୍ରେସ୍ ରେ ଭରପୁର ଥିବା ଏହିସବୁ ପରିବାକୁ ଗରମ କରାଯାଏ ତେବେ ଏହା ନାଇଟ୍ରାଇଟ୍ ରେ ପରିବର୍ତ୍ତନ ହୋଇଯାଇଥାଏ। ଯାହାଫଳରେ ଏହିସବୁ ଖାଦ୍ୟ ଭୋଜନ କରିବା ଦ୍ୱାରା ଶରୀରରେ କର୍କଟ ରୋଗ କାରକ ତତ୍ତ୍ୱର ବିକାଶ ହୋଇଥାଏ। ଏହିକାରଣରୁ ଏହି ସବୁ ଜିନିଷକୁ ଧ୍ୟାନରେ ରଖି ବଳକା ଖାଦ୍ୟକୁ ପୁଣି ଥରେ ଗରମ କରି ଖାଇବା ଠାରୁ ଦୂରେଇ ରୁହନ୍ତୁ।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଖାଦ୍ୟ ପଦାର୍ଥରେ ବିଶେଷ କରି ଆଳୁ, ଚିକେନ୍, ଛତୁ, ଅଣ୍ଡା, ଧନିଆ ଏବଂ ବିଟ୍ ଭଳି ଜିନିଷକୁ କେବେବି ଦ୍ୱିତୀୟ ଥର ପାଇଁ ଗରମ କରି ଖାଇବା ଅନୁଚିତ୍।
Comments are closed.