Latest Odisha News

BREAKING NEWS

ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

କଟକ: ପରଲୋକରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ହଠାତ୍ ଶ୍ଵାସକ୍ରିୟାରେ ଅସୁବିଧା ହେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ଚଳିତ ମାସ ୩୦ ତାରିଖରେ ସେ ଚାକିରିରୁ ଅବସର ନେଇଥାନ୍ତେ ।

ଏସସିବି ମେଡିକାଲ କଲେଜର ପୂର୍ବତନ ବିଭାଗୀୟ ମୁଖ୍ୟ ଦାୟିତ୍ଵ ତୁଲାଇଥିଲେ ଡାକ୍ତର ପ୍ରଭାତ ପାଢ଼ୀ । ତାଙ୍କ ବିୟୋଗରେ ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଗଭୀକ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.