ନୂଆଦିଲ୍ଲୀ: ଅଶୁତୋଷ ରାଣା ଏବଂ ରେଣୁକା ଶାହାନେଙ୍କ ଯୋଡି ବଲିଉଡ୍ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଅଭିନେତା ଆଶୁତୋଷ ରାଣା ଅନେକ ଥର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ହେତୁ ସେ ଚଳଚ୍ଚିତ୍ର ଜଗତରେ ଏତେ ସଫଳ ହୋଇପାରିଛନ୍ତି। ଆଜି ହେଉଛି ଅଭିନେତା ଆଶୁତୋଷ ରାଣାଙ୍କ ଜନ୍ମଦିନ। ସେ ୧୯୬୭ ମସିହା ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ।
ହନ୍ସଲ୍ ମେହେଟ୍ଟାଙ୍କ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ଫିଲ୍ମ ସିନା ତିଆରି ହୋଇପାରି ନଥିଲା କିନ୍ତୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଆଶୁତୋଷ ରାଣାଙ୍କ ପାଇଁ ଏସବୁ ଏତେ ସହଜ ନଥିଲା। ରେଣୁକାଙ୍କ ଫୋନ୍ ନମ୍ବର ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ସେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ରେଣୁକାଙ୍କ ନମ୍ବର ପାଇଥିଲେ।
ଏହାପରେ ଉଭୟ ପ୍ରାୟ ତିନି ମାସ ଧରି ଫୋନରେ କଥା ହୋଇଥିଲେ। ପରେ ଆଶୁତୋଷ ରାଣା ଏକ କବିତା ଲେଖି ରେଣୁକାଙ୍କୁ ପ୍ରେମ ନିବେଦନ କରିଥିଲେ। କବିତାଟି ରେଣୁକାଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେ ମଧ୍ୟ ଆଶୁତୋଷଙ୍କୁ ନିଜ ହୃଦୟ ଦେଇବସିଲେ। କିଛି ଦିନ ଧରି ଉଭୟ ଡେଟ୍ କରିବା ପରେ ୨୦୦୧ରେ, ସେମାନେ ବିବାହ କରିଥିଲେ।
Comments are closed.