Latest Odisha News

BREAKING NEWS

ସାନି ମତଦାନ ଜନମତ ପ୍ରତି ଅପମାନ ସଦୃଶ୍ୟ: ଭର୍ତ୍ତୃହରି

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ ଗୁରୁବାର ଦିନ କଟକ ଲୋକସଭା ଅନ୍ତର୍ଗତ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରର ୪ଟି ବୁଥରେ ହେବାକୁ ଥିବା ସାନି ମତଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ କଟକ ସାଂସଦ କହିଛନ୍ତି, ସାଧାରଣତଃ ନିର୍ବାଚନ ସମୟରେ ୩ଟି କ୍ଷେତ୍ରରେ ସାନି ମତଦାନ ହୋଇଥାଏ । ଯଦି ପ୍ରିଜାଇଡିଂ ଅଫିସର ତଥା ରିଟର୍ଣ୍ଣିଂ ଅଫିସର ମତଦାନକୁ ନେଇ କୌଣସି ପ୍ରକାର ଅଭିଯୋଗ କଲେ ଇସିଆଇଙ୍କ ପକ୍ଷରୁ ରି-ପୋଲିଂ କରାଯାଇଥାଏ । ଆହୁରି ମଧ୍ୟ ଯେଉଁ ବୁଥରେ ୮୦%ରୁ ଅଧିକ ମତଦାନ ହୋଇଥାଏ ତେବେ ଭିଡିଓ ଫୁଟେଜ୍ ଦେଖି ନିଷ୍ପତ୍ତି ନିଆଯାଇଥାଏ ।

ତେବେ ଆଠଗଡ଼ରେ ହେବାକୁ ଥିବା ଉକ୍ତ ୪ଟି ବୁଥରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ଏଣୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ପୁର୍ନବାର ଏଠାରେ ଭୋଟଗ୍ରହଣ କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଠିକ୍ ନୁହେଁ ବୋଲି ଭର୍ତ୍ତୃହରି ପ୍ରକାଶ କରିଛନ୍ତି । ଏ ନେଇ ଆମେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛୁ ।

ଇସିଆଙ୍କ ନିର୍ଦ୍ଦେଶାନୁସାରେ ମେ’ ୧୯ ତାରିଖରେ ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟକଟା ପ୍ରାଥମିକ ବିଦ୍ୟାଳୟର (୯୦), ସଥିଲୋ ବାସୁଦେବପୁର ୟୁଜିଏମଇ ସ୍କୁଲ (୧୦୦) ଏବଂ ରାଜନଗର ୟୁଜିଏମଇ ସ୍କୁଲ (୧୩୭ ଓ ୧୩୮)ରେ ମତଦାନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.