ଚାମୋଲୀ(ଉତ୍ତରାଖଣ୍ଡ): ଦେବଭୂମିରେ ପ୍ରକୃତିର କୋପ । ଉତ୍ତରାଖଣ୍ଡରେ ହିମସ୍ଖଳନ ଆଣିଛି ମହାବିପତ୍ତି । ଦୁଇ ଦିନ ହେଲାଣି ଚାମୋଲୀ ଜିଲ୍ଲାରେ ଚାଲିଛି ଉଦ୍ଧାର ଅଭିଯାନ । ହିମସ୍ଖଳନ ପରବର୍ତ୍ତୀ ବନ୍ୟା ଯୋଗୁ ତପୋବନରେ ଟନେଲ ଭିତରେ ୩୫ ଜଣ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ମଲଟି ଏଜେନ୍ସୀ ରେସକ୍ୟୁ ଅପରସେନ୍ । ଏନଡିଆରଏଫ୍, ଆଇଟିବିପି, ଏସଡିଆରଏଫ୍ ଓ ସେନା ଦିନ ରାତି ଏକ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବନ୍ୟା ଆସିବାରୁ ଟନେଲ ଭିତର୍ ବାଲି, ମାଟି ଓ ପଥର ଅବଶେଷ ଭର୍ତ୍ତି ହୋଇ ରହିଛି । ଉଦ୍ଧାରକାରୀ ଟିମ୍ ପ୍ରୋକଲିନ୍ ମେସିନ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜରିଆରେ ଟନେଲ ଭିତରେ ରାସ୍ତା ସଫେଇ କରୁଛନ୍ତି । ପାଖାପାଖି ଅଢ଼େଇ କିଲୋମିଟର ଲମ୍ବା ଟନେଲ ଭିତରେ ଜୀବନ ଖୋଜୁଛନ୍ତି ଯବାନ । ଆଜି ସୁଦ୍ଧା ସଫେଇ କାମ ସରିଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ୧୯୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ରିଷିଗଙ୍ଗାରେ ଦୁଇ ଟନେଲ ଭିତରେ ଲୋକ ଫସି ରହିଥିଲେ । ୧୨ ଜଣ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ । ସେହିପରି ଆକାଶମାର୍ଗରୁ ରିଷିଗଙ୍ଗା କ୍ଷୟକ୍ଷତିର ଅନୁଧ୍ୟାନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଟନେଲ ଭିତରେ ଫସି ରହିଥିବା ଲୋକଙ୍କ ପାଖରେ ଯେତେ ଶୀଘ୍ର ସମ୍ଭବ ପହଞ୍ଚିବା ପାଇଁ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ଦମ୍ ଲଗାଇ ଦେଇଛନ୍ତି ।
#WATCH: Indo-Tibetan Border Police personnel rescued people who were trapped in a tunnel in Chamoli on 7th February.
Rescue operation is underway at another tunnel where around 35 people are trapped, as per DGP Uttarakhand.
(Video source: ITBP) pic.twitter.com/x4EexJkjL7
— ANI (@ANI) February 9, 2021
Comments are closed.