Latest Odisha News

BREAKING NEWS

ବଜେଟ୍ ଆଶା: କରଦାତା ଓ ରିୟଲ ଇଷ୍ଟେଟ ଜଗତକୁ କି ଉପହାର ଦେବେ ନିର୍ମଳା ?

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ବଜେଟ୍ ତାଙ୍କ ପାଇଁ ବଡ଼ ଆହ୍ୱାନ । ନିର୍ମଳାଙ୍କ ପେଡ଼ି ଉପରେ ସାଧାରଣ ଜନତା, ଟିକସଦାତା ଓ ରିୟଲ ଇଷ୍ଟେଟ ଦୁନିଆ ନଜର ରଖିଛି । ଆଶା କରାଯାଉଛି ଏଥର ବଜେଟରେ ଟ୍ୟାକ୍ସ ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇ ନ ପାରେ । କରୋନା ଯୋଗୁ ଅର୍ଥନୀତି ବିପର୍ୟ୍ୟସ୍ତ ହୋଇଛି । ଏଭଳି ସ୍ଥିତିରେ ସରକାର ବଜେଟ୍‌ରେ କି ବ୍ୟବସ୍ଥା କରୁଛନ୍ତି ତାଉପରେ ନଜର ରହିଛି ।

ଟିକସ ବ୍ୟବସ୍ଥା ସରଳୀକରଣ ହୋଇଥିବା ବେଳେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ କରଦାତାଙ୍କ କ୍ଷେତ୍ରରେ ଅଧିକ ଆୟକର ସୀମା ବୃଦ୍ଧି ହେବା ନେଇ ଆଶା କରାଯାଉଛି । ଜିଏସଟି କ୍ଷେତ୍ରରେ କିଛି ଘୋଷଣା କରି ପାରନ୍ତି ଅର୍ଥମନ୍ତ୍ରୀ । ଜିଏସି ଦାଖଲ ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳିକରଣ ଆଶା ରଖିଛନ୍ତି ବିଭିନ୍ନ ବର୍ଗର ବ୍ୟବସାୟୀ ।

ଏଥର ସାଧାରଣ ବଜେଟ ଉପରେ ଅନେକ ଆଶା ରଖିଛି ରିୟଲ ଇଷ୍ଟେଟ ଦୁନିଆ । ଲକଡାଉନ୍ ଓ ସଟଡାଉନ୍ ଯୋଗୁ ରିୟଲ ଇଷ୍ଟେଟ ବ୍ୟବସାୟ ଘାଟା ଖାଇଛି । ଏକ୍ଷେତ୍ରରେ କିଛି ଘୋଷଣା କରି ପାରନ୍ତି ନିର୍ମଳା ସୀତାରମଣ । ବୀମା ଓ ବ୍ୟାଙ୍କି କ୍ଷେତ୍ର ବି ଅନେକ କିଛି ଆଶା ରଖିଛି । ଏମଏସଏମଇ କ୍ଷେତ୍ରକୁ ସରକାର ବଜେଟରେ ଫୋକସ କରିପାରନ୍ତି ।

Leave A Reply

Your email address will not be published.