Latest Odisha News

କଟକ OMPରେ ବସ୍ତି ବାସିନ୍ଦାଙ୍କ ଥଇଥାନର ପ୍ରତିବାଦ, ଚାଉଳିଆଗଞ୍ଜ ବନ୍ଦ ଡାକରା

କଟକ: ଚାଉଳିଆଗଞ୍ଜ ଷଷ୍ଠ ବାଟାଲିୟନ ଅଫିସର କ୍ୱାର୍ଟର ଭଙ୍ଗା ହେବା ଘଟଣାର ପ୍ରତିବାଦ । ଚାଉଳିଆଗଞ୍ଜ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ପକ୍ଷରୁ କ୍ୱାର୍ଟର ଭାଙ୍ଗି ଛତ୍ରବଜାର, କେନାଲ ବସ୍ତିବାସୀଙ୍କୁ ଥଇଥାନ କରିବା ପଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ଶତାଧିକ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରିଛନ୍ତି ।
 ଚାଉଳିଆଗଞ୍ଜରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରବେଶ ପଥରେ ପୋଲିସ ଛାଉଣୀ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪ ଫ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । । କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । କିଛି ରାଜନେତା ବି ଉପସ୍ଥିତ ଅଛନ୍ତି ।

ଗତକାଲି ନାଗରିକ ସୁରକ୍ଷା ମଞ୍ଚ ଓ ବିଭିନ୍ନ ପୂଜା କମିଟିର ପ୍ରାୟ ୫୦ ଜଣ କର୍ମକର୍ତ୍ତା ଆରଡିସିିଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ବିଫଳ ହେବାରୁ ପୂର୍ବ ନିଷ୍ପତ୍ତି ମୁତାବକ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ରାଜପଥ ଅବରୋଧ କରାଯାଇଛି ।

Leave A Reply

Your email address will not be published.