Latest Odisha News

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ୨୦୩୧ରେ ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ : ନାସା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)ର କାର୍ଯ୍ୟକାଳ ୨୦୩୦ ଶେଷ ଭାଗରେ ସମାପ୍ତ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି । ୨୦୩୧ ଏହାକୁ ନଷ୍ଟ କରି ପ୍ରଶାନ୍ତ ମହାସାଗରରେ ଖସାଇ ଦିଆଯିବ । ପୃଥିବୀ ପୃଷ୍ଠରୁ ୪୨୦ କିଲୋମିଟର ଉଚ୍ଚତାରେ ଥିବା ଫୁଟବଲ ପଡିଆ ପରି ଏହି ସ୍ପେଶ ଷେ୍‌ଟସନ ୧୯୯୮ ଲଂଚ କରାଯାଇଥିଲା । ଏହି ପୋଜେକ୍ଟରେ ଆମେରିକା, ରୁଷ, ଜାପାନ, କାନାଡା, ବ୍ରିଟେନ, ସୁଇଜରଲାଣ୍ଡ, ସ୍ୱୀଡେନ,ସ୍ପେନ, ନେଦରଲାଣ୍ଡ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଡେନମାର୍କ ଓ ବେଲଜିୟମ ସାମିଲ ଥିଲେ ।

୨୦୦୭ରେ ବ୍ରାଜିଲ ଏଥିରୁ ଓହରି ଯାଇଥିଲା । ୧୯ ଦେଶର ୨୦୦ରୁ ଅଧିକ ମହାକାଶ ଯାତ୍ରୀ ଏଠାକୁ ଯାଇ ସାରିଛନ୍ତି । ମହାକାଶ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କେନ୍ଦ୍ର । ଏବେ ଏହା ଧିରେ ଧିରେ ନଷ୍ଟ ହେଉଥିବାରୁ ନାସା ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି ।

Comments are closed, but trackbacks and pingbacks are open.