Latest Odisha News

BREAKING NEWS

ପାକିସ୍ତାନ କଳାକାର କାମ କରୁଥିବା ଏହି ବଲିଉଡ ପିଲ୍ମ ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅଭିନେତ୍ରୀ ବାନି କପୁର ଓ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଅବୀର ଗୁଲାଲ’ ଯାହା ମେ ମାସ ୯ ତାରିଖରେ ରିଲିଜ୍ ହେବାର ଥିଲା ତାହା ଉପରେ ଏବେ ଲାଗିଲା ପ୍ରତିବନ୍ଧକ । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛି ।

FWICE ଘୋଷଣା କରିଛି ଯେ, ଆତଙ୍କବାଦୀ ଆକ୍ରମଣ ପରେ, ସେମାନେ “ଭାରତୀୟ ଫିଲ୍ମ ଏବଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିର ସମସ୍ତ ପାକିସ୍ତାନୀ କଳାକାର, ଗାୟକ ଏବଂ ଟେକ୍ନିସିଆନଙ୍କ ସହିତ ସମ୍ପୂର୍ଣ୍ଣ ଅସହଯୋଗ” ପାଇଁ ଆହ୍ୱାନ କରୁଛୁ । ସେ ଏହା ମଧ୍ୟ ଘୋଷଣା କରିଛି ଯେ, “ଭାରତରେ ଅଭିନେତ୍ରୀ ବାନି କପୁର ଓ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଅଭିନୀତ ଫିଲ୍ମ ଅବୀର ଗୁଲାଲ ରିଲିଜ୍ ନ ହେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବେ।”

ପହଲଗାମର ବୈସରନ ଘାଟିରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ମଧ୍ୟରେ, ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ଭାରତରେ ପାକିସ୍ତାନୀ କଳାକାରମାନଙ୍କ ବିରୁଦ୍ଧରେ ୨୦୧୯ ନିର୍ଦ୍ଦେଶନାମାକୁ ଦୋହରାଇଛି । ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ‘ଅବୀର ଗୁଲାଲ୍’ର ରିଲିଜ ଏବଂ ପାକିସ୍ତାନୀ କଳାକାରଙ୍କ ସହ ସହଯୋଗକୁ ପ୍ରଭାବିତ କରିଛି ।

FWICEର ଘୋଷଣା ପରେ, ପାକିସ୍ତାନୀ ଅଭିନେତା ଫୱାଦ ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ, “ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସେ ଗଭୀର ଦୁଃଖିତ, ଯେଉଁଥିରେ ଅତି କମରେ ୨୯ ଜଣଙ୍କ ଜୀବନ ଯାଇଛି । ଏହି ସମୟରେ ତାଙ୍କର ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ସହିତ ଅଛି । ଏହି କଷ୍ଟକର ସମୟରେ ଆମେ ସେମାନଙ୍କ ପରିବାର ପାଇଁ ଶକ୍ତି ଏବଂ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ” ।

ପୂର୍ବରୁ ଫୱାଦ ତିନୋଟି ଭାରତୀୟ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି । ଫୱାଦ ଖାନଙ୍କ ଶେଷ ବଲିଉଡ ଫିଲ୍ମ ୨୦୧୬ ରେ ରିଲିଜ ହୋଇଥିଲା । ତାଙ୍କୁ ରଣବୀର କପୁରଙ୍କ ଅଭିନୀତ ‘ଏ ଦିଲ ହୈ ମୁସ୍କିଲ’ରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ସେ ୨୦୧୬ ରେ ରିଲିଜ ହୋଇଥିବା ‘କପୁର ଆଣ୍ଡ ସନ୍ସ’ରେ ଏବଂ ୨୦୧୪ରେ ମୁକ୍ତିଲାଭ କରିଥିବା ‘ଖୁବସୁରତ’ରେ କାମ କରିଛନ୍ତି । ଏବେ ସେ ଆଠ ବର୍ଷ ପରେ ପୁଣି ଭାରତ କୁ ଫିଲ୍ମ ଅବିର ଗୁଲାଲ ମାଧ୍ୟମରେ ଫେରିଥିଲେ । ହେଲେ ପହଲଗାମ ଆକ୍ରମଣ ପରେ ଏହା ଉପରେ ପ୍ରତିବନ୍ଧକ ଲଗାଇଦିଆଯାଇଛି ।

Comments are closed.