Latest Odisha News

BREAKING NEWS

ଆଇଏଏସ୍ ମନୋଜ ପରିଡା ନୂଆ ମୁଖ୍ୟ ସୂଚନା କମିଶନର୍, ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ଆଇଏଏସ୍ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ ପରିଡାଙ୍କୁ ମିଳିଛି ନୂଆ ଦାୟିତ୍ଵ । ସେହିପରି ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

୧୯୮୬ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ଅଧିନରେ ମନୋଜ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ରାଜ୍ୟ ସୂଚନା କମିଶନ ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୩ ଜଣଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।

ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଏ ବାବଦରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତ ୨୦୦୫ ମସିହା ଅକ୍ଟୋବର ମାସରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୋଟିଫିକେସନ ନ. ୪୯୫/ ୨୦୦୫ରେ ଓଡ଼ିଶା ସୂଚନା କମିଶନ ଗଠନ କରାଯାଇଥିଲା । ପରେ ଉକ୍ତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ କମିଶନ କାର୍ଯ୍ୟକ୍ଷମ ହୋଇଥିଲା ।

Comments are closed.