Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରାପଡିଥିବା ରେସଲର ପଦକ ଫେରାଇବେ

ନୂଆଦିଲ୍ଲୀ:ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ଜଣ ରେସଲରଙ୍କୁ ଭାରତୀୟ କୁସ୍ତି ମହାସଂଘ ପଦକ ଫେରାଇବା ପାଇଁ କହିଛନ୍ତି । ଏହି ୧୨ ଜଣ ରେସଲର ହେଲେ ରୋହିତ ଦାହିୟା (୫୪କେଜି), ମନୋଜ (୫୫), କପିଳ ପି (୯୨), ଅଭିମନ୍ୟୁ (୫୮), ବିକାଶ କୁମାର (୬୫), ବିଶାଳ (୯୭), ଜଗଦୀଶ ରୋକଡେ (୪୨), ରୋହିତ ଅହିର (୭୨), ବିରାଜ ରନୱାଡେ (୭୭), ବିବେକ ଭାରତ (୮୬), ଯଶଦୀପ ସିଂ (୧୨୫) ଓ ରାହୁଲ କୁମାର (୬୩) ।

ଯେଉଁମାନେ କ୍ରମାଗତ ୪ ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ସେମାନେ ସ୍ୱତଃ ପଦକ ଫେରାଇ ଦିଅନ୍ତୁ ବୋଲି ଡବ୍ଲ୍ୟୁଏଫଆଇ ସହାୟକ ସଚିବ ବିନୋଦ ତୋମାର କହିଛନ୍ତି । ଏପରି କି ଖେଲୋ ଇଣ୍ଡିଆ ଗେମ୍ସରେ ପଦକ ଜିତିଥିବା ଉପରୋକ୍ତ ରେସଲରମାନେ ମଧ୍ୟ ସେମାନଙ୍କ ପଦକ, ପ୍ରମାଣ ପତ୍ର ଫେରାଇବେ । ସରକାରଙ୍କ ଖେଲୋ ଇଣ୍ଡିଆ ଗେମ୍ସ ଯୋଜନାରୁ ସେମାନଙ୍କୁ ବାଦ୍ ଦିଆଯିବ ବୋଲି ଡବ୍ଲ୍ୟୁଏଫଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.