Latest Odisha News

BREAKING NEWS

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ ।

ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ ମୀତୁ ସିଂହ ବି ସିବିଆଇରେ ହାଜର ହୋଇପାରନ୍ତି । ତାଙ୍କୁ ହଜାର ହେବାକୁ କହିଛି ସିବିଆଇ । କୁହାଯାଉଛି ଆଜି ତଦନ୍ତକାରୀ ଅଧିକାରୀ ରିୟା ଓ ମିତୁ ସିଂହଙ୍କୁ ମୁହାଁମୁହିଁ ଜେରା କରିପାରେ ।

ଆଗକୁ ସିବିଆଇ ସୁଶାନ୍ତଙ୍କ ଆଉ ଜଣ ଭଉଣୀ ପ୍ରିୟଙ୍କା ସିଂହ ଓ ତାଙ୍କ ସ୍ୱାମୀ ସିଦ୍ଧାର୍ଥଙ୍କୁ ବି ପଚରାଉଚରା ପାଇଁ ଡାକିପାରେ । ଏପରିକି ଯେକୌଣସି ମୁହୂର୍ତ୍ତରେ ରିୟାଙ୍କ ବାପା-ମାଆଙ୍କୁ ବି ଡକରା ଆସିପାରେ ।

ଗତକାଲି ରିୟାଙ୍କୁ ୯ ଘଣ୍ଟା, ତାପୂର୍ବ ଦୁଇ ଦିନରେ ୮ ଘଣ୍ଟା ଓ ଦଶ ଘଣ୍ଟା ଧରି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜେରା କରିଥିଲା ସିବିଆଇ । ଏହି ଘଟଣାରେ ରିୟାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀ, କୁକ୍ ନୀରଜ, ସୁଶାନ୍ତଙ୍କ ଷ୍ଟାଫ୍ କେଶବ, ଦୀପେଶଙ୍କ ବୟାନ ବି ରେକର୍ଡ କରାଯାଇଛି ।

Leave A Reply

Your email address will not be published.