Latest Odisha News

BREAKING NEWS

ଦେଶରେ ୩୬ ଲକ୍ଷ ସଂକ୍ରମିତ, କରୋନା ନେଲାଣି ୬୪ ହଜାର ଜୀବନ

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟିଂ ବଢୁଛି । ସେହି ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୮ ହଜାର ୫୧୨ ନୂଆ ଆକ୍ରାନ୍ତ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଦେଶରେ କରୋନା ନେଇଛି ଆଉ ୯୭୧ ଜାବନ । ମୃତ୍ୟୁସଂଖ୍ୟା ୬୪ ହଜାର ୪୬୯ ଛୁଇଁଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୭୮ ପ୍ରତିଶତ ।

ଅଧିକ ସଂକ୍ରମିତ ହେଉଥିବା ବେଳେ ଦେଶରେ ସୁସ୍ଥ ସଂଖ୍ୟା ବି ବଢୁଛି । ବର୍ତ୍ତମାନେ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨୭ ଲକ୍ଷ ୭୪ ହଜାର ୮୦୨ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୭ଲକ୍ଷ ୮୧ ହଜାର ୯୭୫ ।

Leave A Reply

Your email address will not be published.