Latest Odisha News

ତ୍ୱଚାର ସୁନ୍ଦରତା ବୃଦ୍ଧି କରିବ ଚାଉଳ ଗୁଣ୍ଡ…

ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ସମସ୍ତେ ଭିନ୍ନ ଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଶୀତ ଦିନେ ବିଶେଷ କରି ତ୍ୱଚା ଶୁଷ୍କ ଓ କଳା ହେବା ସହ ସୁନ୍ଦରତା ହ୍ରାସ ହୋଇଥାଏ। ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। ସେହି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଚାଉଳ ଗୁଣ୍ଡ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଚାଉଳ ଗୁଣ୍ଡକୁ ଆମେ କିପରି ବ୍ୟବହାର କରିପାରିବା।

-ଚାଉଳ ଗୁଣ୍ଡ ଓ ଏଲୋବେରା ଜେଲ୍‌‌ ଶୀତଦିନିଆ ତ୍ୱଚା ପାଇଁ ବେଶ ଉପକାରୀ। ୨ ଚାମଚ ଚାଉଳ ଗୁଣ୍ଡରେ ଏଲୋବେରା ଜେଲ୍‌‌ ମିଶାଇ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ଏହାର ବ୍ୟବହାର ଦ୍ୱାରା ମୁହଁର ଚମକ ବୃଦ୍ଧି ହୋଇଥାଏ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କରିବେ ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ।
-ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଉପକାରୀ। ଏଥିରେ ଚାଉଳ ଗୁଣ୍ଡ ମିଶାଇ ଲଗାନ୍ତୁ। ୧ ଚାମଚ ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ ହାଲକା ଭାବେ ମାଲିସ କରନ୍ତୁ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ।

-ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗ୍ରୀନ ଟି ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଚାଉଳ ଗୁଣ୍ଡରେ ଗ୍ରୀନ ଟି ମିଶାନ୍ତୁ। କିଛି ଗ୍ରୀନ ଟି ପ୍ରସ୍ତୁତ କରି ଏହାକୁ ଛାଣି ଏଥିରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

-ତ୍ୱଚା ପାଇଁ କଞ୍ଚା କ୍ଷୀର ଖୁବ ଲାଭଦାୟକ। ୨ ଚାମଚ ଚାଉଳ ଗୁଣ୍ଡରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ମାଲିସ କରନ୍ତୁ। ଏହା ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ସହ ବିଭିନ୍ନ ଦାଗ ଦୂର କରି ତ୍ୱଚାର ଚମକ ବୃଦ୍ଧି ସହ କୋମଳ କରିଥାଏ।

Comments are closed.