Latest Odisha News

ଭାରତର ଏହି ରାଜ୍ୟର ସମସ୍ତ ଲୋକ ଧନୀ, ଘରେ ଘରେ ଅଛି ମର୍ସିଡିଜ୍

ନୂଆଦିଲ୍ଲୀ: ଭାରତରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ବିବିଧତା ଦୃଶ୍ୟମାନ ହୁଏ | ଦୁନିଆର କୌଣସି ଦେଶରେ ଏପରି ବିବିଧତା ନାହିଁ । ଆମ ଦେଶର ଲୋକମାନେ ରଙ୍ଗ, ରୂପ, ଭାଷା ଆଦି ସବୁଥିରେ ଭିନ୍ନ ଅଟନ୍ତି । ସେହିପରି ଆମ ଦେଶର କିଛି ରାଜ୍ୟ ଗରିବ ଶ୍ରେଣୀରେ ଥିବା ବେଳେ ଅନ୍ୟ କିଛି ରାଜ୍ୟ ଧନୀ ଶ୍ରେଣୀରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଆମ ଦେଶର ସବୁଠାରୁ ଧନୀ ରାଜ୍ୟ ବିଷୟରେ ଏବଂ ସେମାନଙ୍କର ମୁଣ୍ଡପିଛା ଆୟ କେତେ ।

ଆମ ଦେଶର ସବୁଠାରୁ ଧନୀ ରାଜ୍ୟ ହେଉଛି ଗୋଆ ଏବଂ ସିକ୍କିମ୍ । ଏଠାକାର ଆର୍ଥିକ ସମୃଦ୍ଧତା ଅନ୍ୟ ରାଜ୍ୟଠାରୁ ଅଧିକ । ଯଦିଓ ଏହି ରାଜ୍ୟଗୁଡିକ କ୍ଷେତ୍ର ଦୃଷ୍ଟିରୁ ବହୁତ ଛୋଟ କିନ୍ତୁ ଦେଶର ଅର୍ଥନୈତିକ ପ୍ରଗତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ । କହିରଖୁଛୁ ଯେ, ଗୋଆରେ ମୁଣ୍ଡପିଛା ଆୟ ୪.୭୨ ଲକ୍ଷ ଥିବାବେଳେ ସିକ୍କିମରେ ମୁଣ୍ଡପିଛା ଆୟ ୪.୭୨ ଲକ୍ଷ ଟଙ୍କା ରହିଛି । ଏହି ତାଲିକାରେ ଦିଲ୍ଲୀ ତୃତୀୟ ସ୍ଥାନରେ ଥିବାବେଳେ ଚଣ୍ଡିଗଡ଼ ଚତୁର୍ଥ ସ୍ଥାନରେ ରହିଛି । ଦିଲ୍ଲୀର ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ପ୍ରାୟ ୩.୯୦ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ଚଣ୍ଡିଗଡ଼ରେ ପ୍ରତ୍ୟେକ ବ୍ୟକ୍ତି ୩.୫୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗୋଆ ଏବଂ ସିକ୍କିମର ପ୍ରତି ୧୦୦ ଜଣଙ୍କ ମଧ୍ୟରୁ କେବଳ ୦.୩୭ ଜଣ ଦାରିଦ୍ର ସୀମାରେଖା ତଳେ ରହୁଛନ୍ତି। ଏଥିରୁ ଅନୁମାନ କରିହେଉଛି ଯେ, ଏଠାକାର ଲୋକଙ୍କର ଭଲ ଆୟ ରହିଛି । ବିହାର, ଝାଡଖଣ୍ଡ, ମେଘାଳୟ ଭଳି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଗୋଆ ଏବଂ ସିକ୍କିମର ମୁଣ୍ଡପିଛା ଆୟ ବହୁତ ଅଧିକ। ଏଥି ସହିତ ମହାରାଷ୍ଟ୍ର ଭଳି ରାଜ୍ୟ ମଧ୍ୟ ମୁଣ୍ଡପିଛା ଆୟରେ ଗୋଆ ଏବଂ ସିକ୍କିମ ପଛରେ ରହିଛି ।

Leave A Reply

Your email address will not be published.