Latest Odisha News

BREAKING NEWS

ମୋଦୀଙ୍କ ଗ୍ୟାରେଣ୍ଟି ସମାବେଶ, ‘ଅବକି ବାର୍ ୪୦୦ ପାର‘

ଯାଜପୁର: ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟ ଜଗନ୍ନାଥ, ଜୟ ମା’ ବିରଜା,ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମଂଚରେ ମୋଦି କହିଛନ୍ତି, ଆଜି ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ପୂରା ଦେଶ ଆଜି ବିଜୁ ବାବୁଙ୍କୁ ମନେ ପକାଉଛି । ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କ’ଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି ଅବକି ବାର୍ ୪୦୦ ପାର । ୪୦୦ ପାର ସଂକଳ୍ପ ଭାରତକୁ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ଭାବେ ଉଭା କରିବ । ୪୦୦ ପାର ସଂକଳ୍ପ ଚାଷୀ, ଯୁବକ, ନାରୀଶକ୍ତି ଓ ଗରିବଙ୍କ ଜୀବନ ବଦଳାଇବ ।

ଏହା ସହ ମୋଦୀ କହିଛନ୍ତି ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି । ସମସ୍ତଙ୍କ ମାଗଣା ବିଜୁଳି ଦେବା ମୋଦୀଙ୍କ ଗ୍ୟାରେଣ୍ଟି । ଏଥିପାଇଁ ବିଜେପି ସରକାର ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରିଛି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତି ପରିବାରକୁ ୩ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ବଳକା ବିଜୁଳି ବିକି ଲାଭବାନ ହୋଇପାରିବେ ଉପଭୋକ୍ତା ବୋଲି କହିଛନ୍ତି ମୋଦୀ । ଘର ଛାତରେ ସୋଲାର ଲଗାଇ ବିଜୁଳି ଉତ୍ପାଦନ କରିବା କରିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଗତ ୧୦ ବର୍ଷ ହେଲା ବିଜେପି ସରକାର ବିଶାଳ ନିବେଶ କରିଛି । ଓଡ଼ିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଓଡ଼ିଶା ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି । ୧୦ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ନିବେଶ ହୋଇଛି । ଏହି ବିକାଶକାର୍ଯ୍ୟ ଓଡ଼ିଶାର ଯୁବକଙ୍କ ଭାଗ୍ୟ ବଦଳାଇବ । ଓଡ଼ିଶାରେ ଯେଉଁ ନିବେଶ ହୋଇଛି ତାହା ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା କିନ୍ତୁ ୨୦୧୪ ପୂର୍ବରୁ ଥିବା କଂଗ୍ରେସ ସରକାର ବିକାଶରେ ନିବେଶ କରିବା ବଦଳରେ ନିଜ ପକେଟରେ ଟଙ୍କା ପୁରାଉଥିଲା । କଂଗ୍ରେସ ସରକାର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି କରିଛି । ସ୍ୱାଧୀନତା ପରେ କଂଗ୍ରେସ ଦେଶରେ ଏମିତି ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଗରିବ, ଯୁବକ ଓ ଆଦିବାସୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ କଂଗ୍ରେସ ଗ୍ୟାରେଣ୍ଟି ଖୋଜୁଥିଲା । କିନ୍ତୁ ୨୦୧୪ ପରେ ଏକ ଗରିବର ପିଲା କେନ୍ଦ୍ରରେ ସରକାର ଗଢିଲା । ଯେତେବେଳେ ଜଣେ ଗରିବର ପିଲା ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗରିବଙ୍କର ଗ୍ୟାରେଣ୍ଟି ସାଜି ଉଭା ହୋଇଛି ମୋଦୀ । ବିନା ଗ୍ୟାରେଣ୍ଟିରେ ଗରିବଙ୍କୁ ବିନା ସୁଧରେ ଋଣ ଦେଉଛୁ । ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢିଛି । ସମସ୍ତଙ୍କର ବିଶ୍ୱାସ ବଢିଛି ଯେ, ଗରିବର ସାଥୀ ହେଉଛନ୍ତି ମୋଦୀ । ଯେଉଁ ଗରିବଙ୍କୁ କେହି ପଚାରୁନଥିଲେ ତାଙ୍କୁ ମୋଦୀ ପଚାରୁଛନ୍ତି ।ପୂର୍ବରୁ ସରକାରୀ ଯୋଜନା ଗରିବଙ୍କ ପାଖରେ ପହଞ୍ଚି ପାରୁନଥିଲା । କିନ୍ତୁ ଜନଧନ ଆକାଉଣ୍ଟ ଖୋଲିବା ପରେ ଗରିବଙ୍କ ପାଖରେ ସବୁ ସରକାରୀ ଯୋଜନାର ଲାଭ ପହଞ୍ଚି ପାରୁଛି । ପକ୍କାଘର, ଟ୍ୟାପ୍ କନେକ୍ସନ, ଗ୍ୟାସ ପୂର୍ବରୁ ଗରିବଙ୍କ ପାଇଁ ସ୍ୱପ୍ନ ଥିଲା କିନ୍ତୁ ଏବେ ତାହା ପୂରା ହେଉଛି । ଯେଉଁଠି ସବୁ ଆଶା ମଉଳିଯାଏ ସେଠାରେ ମୋଦୀ ଗ୍ୟାରେଣ୍ଟି ଆରମ୍ଭ ହୁଏ ।

ଇଣ୍ଡିଆ ଗଠବନ୍ଧନକୁ ଟାର୍ଗେଟ କରି ମୋଦୀ କହିଛନ୍ତି, ମୋଦୀଙ୍କର ପରିବାର ନାହିଁ । ଇଣ୍ଡିଆ ଗଠବନ୍ଧନର ନେତା କାନ ଖୋଲିକି ଶୁଣ, ସେମାନଙ୍କର ବିଚାରଧାରା ହେଉଛି ପରିବାର ପ୍ରଥମ କିନ୍ତୁ ମୋଦୀଙ୍କର ବିଚାରଧାରା ହେଉଛି ଦେଶ ପ୍ରଥମ । ସେମାନେ ପରିବାରର ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ମୋଦୀ ଭାରତବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି । ଇଣ୍ଡିଆ ଗଠବନ୍ଧନ ଚାହୁଁଛି ମୋଦୀଙ୍କୁ ହଟାଇବାକୁ କିନ୍ତୁ ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତକୁ ତୃତୀୟ ସର୍ବବୃହତ ଅର୍ଥନୈତିକ ଦେଶ ଭାବେ ଛିଡା କରିବା । ମୋଦୀଙ୍କ ଶାସନକାଳରେ ୨୫ କୋଟି ଭାରତୀୟ ଗରିବ ସୀମାରେଖାରୁ ବାହାରିଛନ୍ତି । ଏଥିପାଇଁ ମୁଁ ସବୁବେଳେ କୁହେ, ମେରା ଭାରତ, ମେରା ପରିବାର । ଏବେ ସମସ୍ତେ କହିଲେଣି, ମୁଁ ହେଉଛି ମୋଦୀ ପରିବାର ।

 

Leave A Reply

Your email address will not be published.