Latest Odisha News

BREAKING NEWS

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କିର ସଂରକ୍ଷଣ ସମ୍ପର୍କରେ ବଡ ଟିପ୍ପଣି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏହା ସହିତ ଅଦାଲତ ତାମିଲନାଡ଼ୁର କିଛି ରାଜନୈତିକ ଦଳ ଦ୍ୱାରା ଲିଖିତ ପିଟିସନ୍‌ ଗ୍ରହଣ କରିବାକୁ ମନା କରିଛନ୍ତି ।

ସିପିଆଇ ଓ ଡିଏମକେର କେତେକ ନେତା ରାଜ୍ୟର ପୋଷ୍ଟ ଗ୍ରାଜ୍ୟୁଏଟ୍ ମେଡିକାଲ କଲେଜ ଓ ଡେଣ୍ଟାଲ କୋର୍ସରେ ଓବିସି କୋଟାରେ ୫୦ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଆବେଦନ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଥିଲା ।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଏ.ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ସଂରକ୍ଷଣ କୋଟା ଏକ ଆଇନ ଏହା ମୌଳିକ ଅଧିକାରଭୁକ୍ତ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।  ଆବେଦନକାରୀମାନେ ତାମିଲନାଡୁ ସରକାର ସଂରକ୍ଷଣ ଆଇନ ଉଲ୍ଲଂଘନ କରୁଥିବାର ଅଭିଯୋଗ କରିବାରୁ କୋର୍ଟ ସେମାନଙ୍କୁ ମାଡ୍ରାସ ହାଇକୋର୍ଟରେ ଅପିଲ କରିବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ସେମାନଙ୍କୁ ଆବେଦନ ପ୍ରତ୍ୟାହାର କରିବା ସହ ହାଇକୋର୍ଟକୁ ଯିବା ଲାଗି ସୁପ୍ରିମକୋର୍ଟ ଅନୁମତି ମଧ୍ୟ ଦେଇଥିବା ଜଣାପଡିଛି।

Comments are closed.