Latest Odisha News

BREAKING NEWS

ଭାରତର ସୂର୍ଯ୍ୟ ମିଶନ: ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

ବାଙ୍ଗାଲୋର: ସୂର୍ଯ୍ୟ ମିଶନ ନେଇ ଇସ୍ରୋର ବଡ ଘୋଷଣା । ସୂର୍ଯ୍ୟ ମିଶନ ନେଇ ତାରିଖ ଘୋଷଣା କଲା ଇସ୍ରାେ । ଶନିବାର ସେପ୍ଟେମ୍ବର ୨ ତାରିଖ ଦିନ ଲଞ୍ଚ ହେବ ଆଦିତ୍ୟ ଏଲ- ୧ । ଆନ୍ଧ୍ରର ଶ୍ରୀହରି କୋଟାରୁ ଏହା ଲଞ୍ଚ କରାଯିବ । ଶନିବାର ସକାଳ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ-୧ । ଏ ନେଇ ସୋମବାର ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି ।

ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ସୂର୍ଯ୍ୟ ମିଶନ । ଚନ୍ଦ୍ରଯାନ-୩ର ସଫଳତା ପରେ ଏହି ଅଭିଯାନ ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ସ୍ପେଶ ଏଜେନ୍ସି ପକ୍ଷରୁ ସୋସିଆଲ ମିଡଆରେ କହୁଯାଇଛି ଆଦିତ୍ୟ ଏଲ-୧ PSLV-C57 ରେ ଲଞ୍ଚ କରାଯିବ । ଏହି ମିଶନର ଲଞ୍ଚକୁ  ଦେଖିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିଛି ଇସ୍ରୋ ।

ଶ୍ରୀହରିକୋଟା ସ୍ଥିତ ଲଞ୍ଚ ବ୍ୟୁ ଗ୍ୟାଲେରିର  ଏହାର ପରୀକ୍ଷଣ କରାଯିବ । ଏଥିପାଇଁ ଲୋକଙ୍କୁ ୱେବସାଇଟ ଜରିଆରେ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଇସ୍ରୋ ପକ୍ଷରୁ ସୋଶିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏହାର  ଲିଙ୍କ ସେୟାର କରିଛି । ଏଥିସହିତ ରେଜିଷ୍ଟେଶନ ଆରମ୍ଭର ତାରିଖ ବି ଘୋଷଣା ବି କରିଛି ।

ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ବାହାର ଭାଗ (କୋରୋନା) ଉପରେ ଅନୁସନ୍ଧାନ କରିବ । ଏଥିସହିତ ସୂର୍ଯ୍ୟ-ପୃଥିବୀ ଲାଂଗ୍ରେଜ ବିନ୍ଦୁରେ ସୂର୍ଯ୍ୟ ବାୟୁର ସ୍ଥିତି ଉପରେ ଅନୁସନ୍ଧାନ କରିବ । ଆଦିତ୍ୟ ଏଲ୧ ମିଶନର ଲକ୍ଷ୍ୟ ରହିଛି,  ଲାଂଗ୍ରେଜ ପଏଣ୍ଟ ଚାରିପଟ କକ୍ଷରେ ସୂର୍ଯ୍ୟର ଅଧ୍ୟୟନ କରିବା  ।

ଆଦିତ୍ୟ ଏଲ-୧ ୭ଟି ପେ ଲୋଡ ନେଇ ଯିବ । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ଯେଉଁଥିରେ ଜାତୀୟ ସଂସ୍ଥାର ଅବଦାନ ରହିଛି ।

Leave A Reply

Your email address will not be published.