Latest Odisha News

BREAKING NEWS

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ କୋଭିଡ୧୯ ପଜିଟିଭ୍ ରୋଗୀଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରିଛି । ଏଥିସହ ଆରଆଇଏଲ ପକ୍ଷରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରାରମ୍ଭିକ ସହଯୋଗ ଭାବେ ୫ କୋଟି ଟଙ୍କା ପ୍ରଦାନ ଘୋଷଣା କରାଯାଇଛି ।

ଏହାଛଡା ଆରଆଇଏଲ୍ ପକ୍ଷରୁ ମହାରାଷ୍ଟ୍ରର ଲୋଧିଭାଲିଠାରେ ଏକ ଆଇସୋଲେସନ କେନ୍ଦ୍ର ନିର୍ମାଣ କରି ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ସହରରେ ଏନଜିଓମାନଙ୍କ ସହ ସହଭାଗିତାରେ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବ ବୋଲି ରିଲାଏନ୍ସ ଫାଉଣ୍ଡେସନ ଘୋଷଣା କରିଛି । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆରଆଇଏଲ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି ପ୍ରତିଦିନ ଏକ ଲକ୍ଷ ମାସ୍କ ଏବଂ ସୁଟ୍ ଓ ଗାର୍ମେଣ୍ଟ ଭଳି ବହୁ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରୁଥିବା କମ୍ପାନୀ ପ୍ରକାଶ କରିଛି ।

ସେହିଭଳି କୋଭିଡ୧୯ ରୋଗୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଜରୁରୀକାଳୀନ ସେବା ଗାଡିଗୁଡିକୁ ରିଲାଏନ୍ସ ପକ୍ଷରୁ ମାଗଣାରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଘୋଷଣା କରିଛି । ବର୍ତ୍ତମାନର ସଙ୍କଟ ସମୟରେ କୌଣସି ସ୍ଥାନରେ କାର୍ଯ୍ୟ ବନ୍ଦ ରହିଲେ ମଧ୍ୟ ସମସ୍ତ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ରିଲାଏନ୍ସ ପକ୍ଷରୁ ବେତନ ପ୍ରଦାନ ଜାରି ରଖାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥି ସହିତ ଜିଓର ନେଟ୍‌ୱର୍କରେ କରୋନା ହାରେଗା ଇଣ୍ଡିଆ ଜିତେଗା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଜିଓ ଫାଇବରରେ ଉପଭୋକ୍ତାଙ୍କୁ ଏବେ ଦୁଇଗୁଣ ଡାଟା ମିଳିବ ବୋଲି କମ୍ପାନୀ ପ୍ରକାଶ କରିଛି ।

Leave A Reply

Your email address will not be published.