Latest Odisha News

BREAKING NEWS

ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ସଦସ୍ୟ ରହିବା ସମ୍ଭାବନା ଉଜ୍ଜୀବୀତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ୩-୧ରେ ଅଗ୍ରଣୀ ରହି ଭାରତ ଏହି ସିରିଜ ଆଗୁଆ ଜିତି ନେଇଛି । ତେବେ ଏହି ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ରିଙ୍କୁ ସିଂଙ୍କୁ ଡକାଇଛି । ଟି୨୦ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଫଟୋଶୁଟ ପାଇଁ ସେ ଆସିଛନ୍ତି । ଅନ୍ୟ ଅର୍ଥରେ ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ସଦସ୍ୟ ରହିବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ଏହା ବ୍ୟତୀତ ଧର୍ମଶାଳାରେ ସେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଜାରୀ କରାଯାଇଥିବା ଟେଷ୍ଟ ଦଳରେ ତାଙ୍କର ନାମ ନାହିଁ ।

ଆୟର୍ଲାଣ୍ଡ ବିପକ୍ଷ ଟି୨୦ରେ ଆନ୍ତର୍ଜାତୀୟ ପଦାର୍ପଣ କରିବା ପରେ ସେ ୧୫ ମ୍ୟାଚରେ ୩୫୬ ରନ କରିଛନ୍ତି । ସେହିପରି ୨ଟି ଦିନିକିଆରେ ୫୬ ରନ କରିଛନ୍ତି । ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ବୋଲି ବିସିସିଆଇ ସ୍ପଷ୍ଟ କରି ସାରିଛି । ଏହାର କାର୍ଯ୍ୟସୂଚୀ ମଧ୍ୟ ଜାରୀ ହୋଇ ସାରିଛି । ୱେଷ୍ଟଇଣ୍ଡିଜ ଓ ଆମେରିକା ଏହାକୁ ମିଳିତ ଭାବେ ଆୟୋଜନ କରୁଛନ୍ତି । ଧର୍ମଶାଳାରେ ରିଙ୍କୁକୁ ଇଂଲଣ୍ଡ କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ସହ ମଧ୍ୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.