Latest Odisha News

BREAKING NEWS

ପନ୍ତ ଟି୨୦ ବିଶ୍ୱକପ ଖେଳିବେ !

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଇପିଏଲ ଖେଳିବା ଆଶା ସଂଚାର ହୋଇଛି । ଏପରିକି ତାଙ୍କୁ ଏଥିପାଇଁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ଅଫିସିଆଲ କୌଣସି ଘୋଷଣା କରାଯାଇ ନାହିଁ । ପନ୍ତ ସମ୍ପୂର୍ଣ୍ଣ ଫିଟ ରହିଲେ ସେ ନିଶ୍ଚିତ ଭାବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ତୁଲାଇବେ । ଯଦି ସାମାନ୍ୟ ଅନଫିଟ ରୁହନ୍ତି ତେବେ ତାଙ୍କ ପାଇଁ ଅନ୍ୟ ଭୂମିକାର ସନ୍ଧାନ କରାଯିବ ବୋଲି କୋଚ ରିକି ପଂଟି କହିଛନ୍ତି । ଅପରପକ୍ଷରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ପନ୍ତଙ୍କ ଫିଟନେସ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପନ୍ତ ତାଙ୍କ ଭୂମିକା ଯଦି ସଚାରୁରୂପେ ତୁଲାଇବେ ଏବଂ ଦଳ ପାଇଁ ସମ୍ପତି ସଦୃଶ ହେବେ ତାହାହେଲେ ଟି୨୦ ବିଶ୍ୱକପରେ ମଧ୍ୟ ସୁଯୋଗ ପାଇବେ ।

ଆଇପିଏଲରେ ପନ୍ତଙ୍କ ପ୍ରଦର୍ଶନ ଭଲ ରହିଲେ ଏହି ସମ୍ଭାବନା ସୃଷ୍ଟି ହୋଇପାରେ । ଗତ ବର୍ଷ ଡିସେମ୍ବରରେ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କୁ ଗୁୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲେ । ସେ ସେବେଠାରୁ କ୍ରିକେଟରୁ ଦୂରେଇ ଅଛନ୍ତି । ପନ୍ତ କେବେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ କେବେ ଯୋଡି ହେଉଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.