ମୁମ୍ବାଇ: ଏବେ ଭାରତ ଗସ୍ତରେ ଅଛନ୍ତି ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ । ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଛି ।
ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ ରବିବାର ଦିନ ଦକ୍ଷିଣ ମୁମ୍ବାଇର ପାର୍ସୀ ଜିମଖାନା ପରିଦର୍ଶନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଟେନିସ୍ ବଲ ସହିତ କ୍ରିକେଟ୍ ଖେଳକୁ ଉପଭୋଗ କରିଥିଲେ ଏବଂ କହିଥିଲେ ମୁଁ ଖୁସି ଅଛି କାରଣ ଅଧିକଥର ଆଉଟ ହୋଇନାହିଁ । ସୁନକ ଜିମଖାନା କ୍ଲବର ସ୍ଥାପନା ଦିବସ ଉତ୍ସବରେ ଯୋଗଦେବାକୁ ଆସିଛନ୍ତି ।
https://x.com/RishiSunak/status/1885972831810326829
ରିଷି ସୁନକ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଲେଖିଛନ୍ତି ଯେ, ଟେନିସ୍ ବଲ୍ କ୍ରିକେଟ୍ ନ ଖେଳି ମୁମ୍ବାଇର କୌଣସି ଯାତ୍ରା ସମ୍ପୂର୍ଣ୍ଣ ହୁଏ ନାହିଁ।
ଗଣମାଧ୍ୟମକୁ ସେ କହିଛନ୍ତି, “ପାର୍ସୀ ଜିମଖାନା କ୍ଲବର ସ୍ଥାପନ ଦିବସ ଉତ୍ସବରେ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହି ଅତ୍ୟନ୍ତ ଖୁସି ଅନୁଭବ କରୁଛି । ଏହା ଏକ ଅସାଧାରଣ ସଫଳତା। ଅନେକ ଇତିହାସ ଏବଂ ଅନେକ ରୋମାଞ୍ଚକର ମୁହୂର୍ତ୍ତର ସାକ୍ଷୀ ରହିଲି। ମୁଁ ଆଜି ସକାଳେ ଅଧିକ ଥର ଆଉଟ ହୋଇ ନାହିଁ । ସେ ଏପରି ଅଧିକ ଯାତ୍ରା କରିବାକୁ ଆଗ୍ରହୀ ବୋଲି ମଧ୍ୟ ରିଷି ସୁନକ କହିଛନ୍ତି ।
ପାର୍ସୀ ଜିମଖାନାର ସ୍ଥାପନା ୨୫ ଫେବୃଆରୀ ୧୮୮୫ ରେ ହୋଇଥିଲା ଏବଂ ସାର୍ ଜାମସେଦଜୀ ଜେଜିଭୋଇଙ୍କୁ ଏହାର ସଂସ୍ଥାପକ ସଭାପତି ନିଯୁକ୍ତ କରାଯାଇଥିଲା ଓ ଜାମସେଦଜୀ ଟାଟାଙ୍କୁ ସଭାପତି ନିଯୁକ୍ତ କରାଯାଇଥିଲା।
Comments are closed.