Latest Odisha News

BREAKING NEWS

ବାତ୍ୟା ତିତଲି ପ୍ରଭାବ: ବାତିଲ ଟ୍ରେନର ତାଲିକା

ଭୁବନେଶ୍ୱର : ତିତଲି ବାତ୍ୟାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଇଷ୍ଟକୋଷ୍ଟ ଅଧିନରେ ଥିବା ଇଚ୍ଛାପୂରମ୍ ଓ ଝାଡପୁଡି ଷ୍ଟେସନ ଯାହାକି ବ୍ରହ୍ମପୁର-ପଲାସା ରେଲୱେ ଷ୍ଟେସନ ଅନ୍ତର୍ଗତ ଏକ ରେଲୱେ ବ୍ରିଜ ଜଳପତନ ବିପଦ ସଙ୍କେତ ଉପରରେ ରହିଛି । ଏହା ଫଳରେ କେତେଗୁଡିଏ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଓ କେତେଗୁଡିଏ ଟ୍ରେନକୁ ଆଶିଂକ ବାତିଲ କରାଯାଇଛି ।

ଅନ୍ୟପକ୍ଷରେ ୧୨/୧୦/୨୦୧୮ ତାରିଖରେ ଚାଲିବାକୁ ଥିବା ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଭୁବନେଶ୍ୱର)ରୁ ନିଜର ନିର୍ଦ୍ଧାରିତ ସମୟରେ ଛାଡିବ ।

ବାତିଲ ଟ୍ରେନର ତାଲିକା –
୧- ୫୮୪୦୬/୫୮୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର ୧୨/୧୦/୨୦୧୮ (ଉଭୟ ଦିଗ ଆଡୁ ବାତିଲ)
୨- ୫୮୫୦୬/୫୮୫୦୫ ବିଶାଖାପଟ୍ଟନମ୍-ଗୁଣୁପୁର-ବିଶାଖାପଟ୍ଟନମ୍ ପାସେଞ୍ଜର ୧୨ରୁ ୧୪ ଅକ୍ଟୋବର,୨୦୧୮ ଯାଏଁ (ଉଭୟ ଦିଗ ଆଡୁ ବାତିଲ)
୩- ୫୮୪୨୭/୫୮୪୨୮ ପଲାସା-ଗୁଣୁପୁର-ପଲାସା ପାସେଞ୍ଜର ୧୨ରୁ ୧୪ ଅକ୍ଟୋବର,୨୦୧୮ ଯାଏଁ (ଉଭୟ ଦିଗ ଆଡୁ ବାତିଲ)
୪- ୫୮୪୧୮/୫୮୪୧୭ ଗୁଣୁପୁର-ପୁରୀ-ଗୁଣୁପୁର ପାସେଞ୍ଜର ୧୨ରୁ ୧୪ ଅକ୍ଟୋବର,୨୦୧୮ ଯାଏଁ ପଲାସା-ଗୁଣପୁର ମଧ୍ୟରେ (ଉଭୟ ଦିଗ ଆଡୁ ବାତିଲ)

ପୁନଃ ନିର୍ଦ୍ଧାରିତ ହୋଇଥିବା ଟ୍ରେନର ତାଲିକା-

୧- ୧୨୨୭୭ ହାୱଡା-ପୁରୀ ଶତିବ୍ଦୀ ଏକ୍ସପ୍ରେସ ୧୨/୧୦/୨୦୧୮ ତାରିଖ ଦିନ ୧୪.୨୫ (୦୨.୨୫) ବଦଳରେ ୧୮ଘଣ୍ଟା (ସନ୍ଧ୍ୟା ୬ଟା)ରେ ଛାଡିବ ।
୨- ୨୨୮୦୭ ସାନ୍ତରାଗାଚ୍ଛୀ- ଚେନ୍ନାଇ ଏସି ଏକ୍ସପ୍ରେସ ଆଜି ସନ୍ଧ୍ୟା ୭ଟା ବେଳକୁ ଛାଡିବାକୁ ଥିବା ବେଳେ ସାନ୍ତରାଗାଚ୍ଛୀରୁ ରାତି ୧ଟା ୩୦ ସମୟରେ ଛାଡିବ ।
୩- ୨୨୮୧୭ ହାୱଡା -ମହିଶୂର ଏକ୍ସପ୍ରେସ (ହାୱଡା) ୧୨/୧୦/୨୦୧୮ ତାରିଖ ଦିନ ୧୬ଟା୧୦(ସନ୍ଧ୍ୟା ୦୪.୧୦)ରେ ଛାଡିବାକୁ ଥିବାବେଳେ ଏହା ୧୩/୧୦/୨୦୧୮ ତାରିଖ ଦିନ ସକାଳ ୦୭ଟା୨୫ ରେ ଛାଡିବ ।
୪- ୨୨୬୦୩ ଖଡଗପୁର-ଭିଲୁପୁରମ୍ ଏକ୍ସପ୍ରେସ (ଖଡଗପୁର)ରୁ ୧୨/୧୦/୨୦୧୮ ତାରିଖ ଦିନ ୧୪୦୫ଘଣ୍ଠା (୦୨ଟା)ରେ ଛାଡିବାକୁ ଥିବା ବେଳେ ୧୩/୧୦/୨୦୧୮ ତାରିଖ ଦିନ ୧୪୦୫ଘଣ୍ଠା (୦୨ଟା)ରେ ୧୪୦୫ଘଣ୍ଠା (୦୨ଟା)ରେ ଛାଡିବ ।
୫- ୨୨୮୮୩ ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ (ପୁରୀ)ରୁ ୧୨/୧୦/୨୦୧୮ ତାରିଖ ଦିନ ୧୫୦୦ଘଣ୍ଟା (୩ଟା) ବେଳେ ଛାଡିବାକୁ ଥିବାବେଳେ ୧୨/୧୦/୨୦୧୮ ତାରିଖ ଦିନ ୧୭୦୦ଘଣ୍ଟା (ସନ୍ଧ୍ୟା ୫ଟା)ରେ ଛାଡିବ ।

ଆଶିଂକ ବାତିଲ:-

୧. ୫୮୪୧୧ ଭୁବନେଶ୍ୱର- ବହ୍ମପୁର ପାସେଞ୍ଜର ବାଲୁଗାଁ ଓ ବ୍ରହ୍ମପୁର ମଧ୍ୟରେ ଉଭୟ ଦିଗ ଆଡୁ ଚଳାଚଳ ବନ୍ଦ ରହିବ ।
୨. ୫୮୪୩୬ କଟକ-ଭଦ୍ରକ ପାସେଞ୍ଜର ୧୨ରୁ ୧୪ ତରିଖ ମଧ୍ୟରେ କଟକରୁ ଛାଡିବାକୁ ଥିବା ଏହି ଟ୍ରେନ ଯାଜପୁର କେନ୍ଦୁଝର ରୋଡ ଓ ଭଦ୍ରକ ମଧ୍ୟରେ ଉଭୟ ଦିଗରୁ ଚଳାଚଳ ବନ୍ଦ ରହିବ ।
୩. ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ୧୨ ଓ ୧୪ ତରିଖ ଦିନ ରାଉରକେଲାରୁ ଛାଡିବାକୁ ଥିବାବେଳେ ଏବଂ ଗୁଣୁପୁରରୁ ୧୩ ଓ ୧୫ ତାରିଖରେ ଛାଡିବାକୁ ଥିବା ଏହି ଟ୍ରେନର ପଲାସା ଓ ଗୁଣୁପୁର ମଧ୍ୟରେ ଚଳାଚଳ ବନ୍ଦ ରହିବ । (ଉଭୟ ଦିଗ ଆଡୁ) ।

Leave A Reply

Your email address will not be published.