Latest Odisha News

BREAKING NEWS

‘ଦବଙ୍ଗ-୩’ ଟ୍ରେଲର: ୩ ଦିନରେ ଦେଢ଼ କୋଟିରୁ ଅଧିକ ଥର ଦେଖିଲେ ଦର୍ଶକ

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ‘ଦବଙ୍ଗ-୩’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଦୀପାବଳିରେ ‘ଚୁଲବୁଲ୍‌ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ଟ୍ରେଲର୍‌ ରିଲିଜ୍‌ ହେବାର ୩ ଦିନ ନପୁରୁଣୁ ଏହାକୁ ଦେଢ଼ କୋଟିରୁ ଅଧିକ ଥର ଦର୍ଶକ ଦେଖିସାରିଲେଣି।

ସୋସିଆଲ ମିଡିଆରେ ମଧ୍ୟ ଟ୍ରେଲରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଦମଦାର କମେଡି ସାଙ୍ଗକୁ ସଲମାନ ଖାନ୍‌ଙ୍କ ଆକ୍ସନ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।

‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରଭୁଦେବା। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଏବଂ ନବାଗତା ସାଇ ମଞ୍ଜ୍ରେକର ଅଭିନୟ କରୁଛନ୍ତି। ଫିଲ୍ମଟି ଡିସେମ୍ବର ୨୦ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି ।

ଟ୍ରେଲରଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଆଶାତୀତ ସଫଳତା ହାସଲ କରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି ।

Leave A Reply

Your email address will not be published.