Latest Odisha News

BREAKING NEWS

ବାଇକକୁ ପିଟିଲା ବାଇକ; ଚାଲିଗଲା ୩ ଜୀବନ

କେନ୍ଦଝର: ଦୁଇ ବାଇକ ପରସ୍ପରକୁ ସାମ୍ନାପଟୁ ଧକ୍କା ଦେଲେ । ଚାଲିଗଲା ୩ ଜୀବନ । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରୁଟିଶିଳା ଗାଁ ନିକଟରେ  । ୨ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି। ମୃତକମାନେ ଗୋପାଳପୁର ଓ ବିନିଦା ଗାଁର ବୋଲି ଜଣାଯାଇଛି।

ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିନିଦା ଗ୍ରାମର ସୁଦାମ ସିଂ ନାମକ ଜଣେ ବ୍ୟକ୍ତି ନିଜ ଭଣଜାଙ୍କୁ ଗାଡିରେ ବସାଇ ଗାଁକୁ ଫେରୁଥିଲେ । ବିପରୀତ ଦିଗରୁ ଗୋପାଳପୁରର ଜଣେ ବ୍ୟକ୍ତି ବାଇକରେ ଫେରୁଥିଲେ । ରୁଟିଶିଳା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଜୋରରେ ଧକ୍କା ହୋଇଥିଲା ଯେ,  ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ବାଇକ୍ ଆରୋହୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.