Latest Odisha News

BREAKING NEWS

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା: କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍

ବଲାଙ୍ଗୀର: କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ -ଧୂମାଭଟା ରାସ୍ତାର କଲେଜ ଗେଟ ସମ୍ମୁଖରେ। ଜଣେ କଲେଜ ଛାତ୍ରୀଙ୍କ ଉପରେ ଟ୍ରକ୍ ଚଢି ଯାଇଛି  । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି  । ମୃତ ଛାତ୍ରୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନ ବୋଲି ଜଣାପଡିଛି  ।ସକାଳେ ସ୍ମିତା ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ।

ଏହି ସମୟରେ  କଲେଜ ଗେଟ ସମ୍ମୁଖରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ସ୍ମିତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ରଶ୍ମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକତ୍ସାଧିନ ଅବସ୍ଥାରେ ରଶ୍ମୀଙ୍କର ମୃତ୍ୟୁ ଘଟିଛି । ପାଟଣାଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି। ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି  ।

 

 

Leave A Reply

Your email address will not be published.