Latest Odisha News

BREAKING NEWS

ବିଶୃଙ୍ଖଳିତ ଆଚରଣ ପାଇଁ ୬ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । ଯାହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ଅନ୍ତେବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି  ।  କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲରୁ  ବାହାର କରିଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ୨ଟି ସେମିଷ୍ଟାର ପରୀକ୍ଷାରୁ ନିଲମ୍ବିତ କରାଯାଇଛି ।

ଏଥିସହ ୟୁନିର୍ଭସିଟି କ୍ୟାମ୍ପସରେ ପ୍ରବେଶ ପାଇଁ ବାରଣ ମଧ୍ୟ କରାଯାଇଛି । ଅନ୍ୟ ତିନି ଜଣ ଛାତ୍ରଙ୍କୁ ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ରେଭେନ୍ସା କର୍ତୃପକ୍ଷ ସୂଚନା ଦେଇଛନ୍ତି ।  ସୂଚନା ଅନୁସାରେ ୬ ଜଣ ଛାତ୍ର କୌଣସି କଥାକୁ ନେଇ ସୁରକ୍ଷାକର୍ମୀ, ହଷ୍ଟେଲ ୱାଡେନଙ୍କ ସହ ଗଣ୍ଡଗୋଳ କରିଥିଲେ । ଏନେଇ ଅଭିଯୋଗ ହେବା ପରେ ବିଶୃଙ୍ଖଳିତ ଆଚରଣ ପାଇଁ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

 

Leave A Reply

Your email address will not be published.