Latest Odisha News

BREAKING NEWS

ହାଇଓ୍ବା ଚଢିଯିବାରୁ ଦୁଇ ସ୍କୁଟି ଆରୋହୀ ମୃତ, ଡ୍ରାଇଭର ଫେରାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଚାପାରେ ଦୁଇ ସ୍କୁଟି ଆରୋହୀ ମୃତ । ସହର ପଟୁ ସ୍କୁଟିରେ ଯାଉଥିବା ବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ଏକ ହାଇୱା ଦୁଇ ସ୍କୁଟି ଆରୋହୀକୁ ଚାପି ଦେଇ ଫେରାର ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଚି଼ହ୍ନଟ ହୋଇ ପାରିନାହିଁ l

ତେବେ ଫେରାର ମାରିବା ବେଳେ ସ୍କୁଟି ଟି ହାଇୱା ରେ ଲାଗିଯାଇଥିଲା । ଫଳରେ ଗୋଟିଏ କିଲୋମିଟର ଗଲା ପରେ ରାସ୍ତାରେ ଜଳିଗଲା ହାଇୱା । ଜିଲ୍ଲାପାଳ ଅଫିସ୍ ଆଗରେ ହାଇୱା ରେ ନିଆଁ ଲାଗି ଯାଇଛି । ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି ।

ସେପଟେ ବ୍ଲକ ଛକରେ ଚାପା ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ହେଲେ ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.