Latest Odisha News

BREAKING NEWS

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ଆରୋହୀ ମୃତ

ତାଳଚେର: ତାଳଚେର ଚାଇଁପାଳ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଇକକୁ ଧକ୍କା ଦେଲା ମିନି ଟ୍ରକ । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଚାଇଁପାଳ ଗ୍ରାମର ସଞ୍ଜୟ ଦାସ ।

ସୂଚନାନୁସାରେ, ସେ ଆଜି ବଜାରକୁ ଯାଉଥିବା ସମୟରେ ଏକ ମିନି ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଗ୍ରାମବାସୀ କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ  ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାରମ୍ବାର ଏହି ରାଜପଥରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.