Latest Odisha News

BREAKING NEWS

୧୫ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତା

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ୧୫ ଦିନ ଯାଏ ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ରାସ୍ତା ବନ୍ଦ ରହିଛି ।

ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ମଧ୍ୟ ବନ୍ଦ ରଖାଯାଇଛି । ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ନେଇ ଗତକାଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟବସାୟିକ ପ୍ରତିଷ୍ଠାନ ସହ ଆଲୋଚନା କରିଥିଲେ । ବ୍ୟବସାୟୀଙ୍କ ସହମତିରେ ଦୋକାନ ବନ୍ଦ ରଖାଯାଇଥିବା ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ।

ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଉ ହଇରାଣ, ହରକତ ହେବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.