Latest Odisha News

BREAKING NEWS

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା ସହ ୩ ପଂଏଟ ପାଇଛି । ଶାନ୍ତନୁ ୨୦୦ ରନ କରିବା ପରେ ଓଡିଶା ୮ ୱିକେଟରେ ୫୩୫ ରନ କରି ଇନିଂସ ଘୋଷଣା କରିଥିଲା । ଜବାବରେ ନାଗାଲାଣ୍ଡ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୧୨୦ ରନ କରିଥିଲା । ପୂର୍ବରୁ ନାଗଲାଣ୍ଡ ପ୍ରଥମ ଇନିଂସରେ ୪୩୩ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଶାନ୍ତନୁ ତାଙ୍କ ଇନିଂସରେ ୪୦୫ ବଲର ସମ୍ମୁଖୀନ ହୋଇ ୨୧ଟି ଚୌକା ମାରିଥିଲେ । ଗୁରୁବାର ଖେଳ ଶେଷ ବେଳକୁ ଓଡିଶା ୬ ୱିକେଟ ବିନିମୟରେ ୩୯୨ ରନ କରିଥିଲା । ଶାନ୍ତନୁ ୧୩୪ ରନ କରି ଖେଳୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରୟାସ ସିଂ ୧୦୪, ଶୁଭ୍ରାଂଶୁ ସେନାପତି ୬୭ ଓ ଅନୁରାଗ ଷଡଙ୍ଗୀ ୮୪ ରନ କରିଥିଲେ ।

Leave A Reply

Your email address will not be published.