Latest Odisha News

BREAKING NEWS

ସ୍ପିଡ୍ ବାଇକରେ ଆସି କରୁଥିଲେ ଲୁଟ୍;ବନ୍ଧାହେଲେ ୨ଲୁଟେରା

ଭୁବନେଶ୍ବର:ସ୍ପିଡ୍ ବାଇକରେ ବୁଲି ଲୁଟପାଟ କରୁଥିଲେ । ବନ୍ଧାହେଲେ ଦୁଇ ଲୁଟେରା ।ମୈତ୍ରୀବିହାର ଥାନା ପୋଲିସ ଲୁଟେରା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ ସୁନୀଲ ବରାଳ ଓ ରାକେଶ ସ୍ୱାଇଁ । ଉଭୟଙ୍କ ନାଁରେ ୪ରୁ ଅଧିକ ଚୋରି, ଡକାୟତି ଓ ଲୁଟପାଟ ମାମଲା ରହିଛି ।୨୦୦ ଫୁଟିଆ ରାସ୍ତାରେ ଆତଙ୍କ ଖେଳାଉଥିଲେ ଲୁଟେରା । ମାରଣାତ୍ମକ ଅସ୍ତ୍ର ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ ।

ତେବେ ଏହି ଦୁଇ ଅଭିଯୁକ୍ତଙ୍କ ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି ।

Comments are closed.